ଓଡିଶା

odisha

ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ

By

Published : Dec 16, 2019, 8:26 PM IST

ବାଲେଶ୍ବର ନାବାଳିକା ଦୁଷ୍କର୍ମ ଘଟଣା। ଅଭିଯୁକ୍ତକୁ 20ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ ସ୍ବତନ୍ତ୍ର ଜଜ୍‌।

_rape accused gets 20 years jail
ବାଲେଶ୍ବର ଦୁଷ୍କର୍ମକାରୀଙ୍କୁ 20 ବର୍ଷ ଜେଲ

ବାଲେଶ୍ବର: ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ 20ବର୍ଷ ଜେଲ ଦଣ୍ଡାଦେଶ। ରାୟ ଶୁଣାଇଲେ ବାଲେଶ୍ବର ପୋକ୍ସୋ ସ୍ବତନ୍ତ୍ର ଜଜ ଗିରିଜା ମହାପାତ୍ର। ଗତ ଜୁନ 6 ତାରିଖରେ ସୋର ଥାନା ଅଞ୍ଚଳରେ ଜଣେ ନାବାଳିକା ଶୌଚ ହେବାକୁ ଯାଇଥିବାବେଳେ ଦୁଷ୍କର୍ମର ଶିକାର ହୋଇଥିଲା। ଯାହାକୁ ନେଇ ପୀଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ଏ ଘଟଣାରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ଅଭିଯୁକ୍ତ ପ୍ରକାଶ ଜେନାକୁ 20 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details