ବାଲେଶ୍ବର:ପ୍ରକୃତି ଆଉ ପରିବେଶ ଆମକୁ ଅନେକ କିଛି ଦେଇଛି । ପ୍ରକୃତି କୋଳରେ ବଞ୍ଚୁଛି ଏ ମାନବ ସମାଜ । ଆଧୁନିକତକାର ଚାକଚକ୍ୟରେ ପରିବେଶ ଉପରେ ଏବେ ବପିଦ ପଡିଛି । ଏଥିପାଇଁ ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ସେମିତି କିଛି ଲକ୍ଷ୍ୟ ନେଇ ଆଗକୁ ଆସିଛନ୍ତି ନାର୍ପିତ ସିଂ। ପରିବେଶ ସୁରକ୍ଷା ଓ ଜଳ ସଞ୍ଚୟ ବାର୍ତ୍ତା ନେଇ ସାଇକେଲରେ ଜମ୍ମୁ କାଶ୍ମୀରରୁ ଯାତ୍ରା ଆରମ୍ଭ କରି ସାରା ଭାରତ ଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି ନାର୍ପିତ ସିଂ ।
ସ୍ବାସ୍ଥ୍ୟ ହିଁ ସମ୍ପଦ ଓ ପରିବେଶ ସୁରକ୍ଷା ଦ୍ବାରା ସାମାଜିକ ସୁରକ୍ଷା ହୋଇପାରିବ । ଏଭଳି ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ସେ । ବର୍ତ୍ତମାନ ସୁଦ୍ଧା ନାର୍ପିତ ୨୫ ରାଜ୍ୟ ଭ୍ରମଣ କରି ସଭିଁଙ୍କୁ ଜଳ ଅପଚୟ ନକରିବା ପାଇଁ ସଚେତନ କରାଇ ସାରିଛନ୍ତି । ଏହା ସହ ସେଠାକାର ଲୋକଙ୍କୁ ପରିବେଶ ନିମନ୍ତେ ଏକ ଚାରା ପ୍ରଦାନ କରି ଯତ୍ନ ନେବା ଦାୟିତ୍ବ ମଧ୍ୟ ଦେଉଛନ୍ତି। ରାଜସ୍ଥାନର ବାଡମେର ବାସିନ୍ଦା ନରପତ ୨୦୧୯ ମସିହା ଜାନୁଆରୀ ୧ ତାରିଖରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ୩୦ ହଜାର କିଲୋମିଟର ଟାର୍ଗେଟ ନେଇ ସାଇକେଲରେ ଭ୍ରମଣ ପାଇଁ ବାହାରିଛନ୍ତି ନାର୍ପତ ସିଂ ।