ବାଲେଶ୍ୱର: ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରେ କ୍ଷେପଣାସ୍ତ୍ର ଘାଟିରୁ ଶତ୍ରୁ ଦମନ ପାଇଁ ପୁଣି ଏକ ମିସାଇଲ ପରୀକ୍ଷଣ କରାଯାଇଛି । କ୍ଷେପଣାସ୍ତ୍ର ଘାଟିର-3 ନଂ ଲଞ୍ଚ ପ୍ୟାଡରୁ ଆଜି ରାତି 7ଟା 6 ମିନିଟରେ ପୃଥ୍ବୀ-2ର ସଫଳ ପରୀକ୍ଷଣ କରାଯାଇଛି ।
ଆଣବିକ କ୍ଷମତା ସମ୍ପନ୍ନ ପୃଥ୍ବୀ-2 ମିସାଇଲର ସଫଳ ପରୀକ୍ଷଣ - successful pruthi-2 test from chandipur
ଚାନ୍ଦିପୁରରୁ ପୁଣି ଏକ ସଫଳ ମିସାଇଲର ପରୀକ୍ଷଣ କରାଯାଇଛି । କ୍ଷେପଣାସ୍ତ୍ର ଘାଟିର 3 ନଂ ଲଞ୍ଚ ପ୍ୟାଡରୁ ରାତି 7 ଟା 6 ମିନିଟରେ ପୃଥ୍ବୀ-2ର ସଫଳ ପରୀକ୍ଷଣ କରାଯାଇଛି ।

ଚାନ୍ଦିପୁରରୁ ପୁଣି ପୃଥ୍ବୀ-2ର ସଫଳ ପରୀକ୍ଷଣ
ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠ କୁ ନିକ୍ଷେପ ହୋଇପାରୁଥିବା ମଧ୍ୟମ ଦୂରଗାମୀ ପୃଥିବୀ-2 କ୍ଷେପଣାସ୍ତ୍ରକୁ ଏକ ଚଳମାନ ଯାନରୁ ଆଜି ରାତି ସମୟରେ ପରୀକ୍ଷଣ କରାଯାଇଛି । ଏହି ପୃଥିବୀ କ୍ଷେପଣାସ୍ତ୍ର 500 ରୁ 1000 କିଲୋଗ୍ରାମ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି 350 କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ପକ୍ଷର କ୍ଷତି କରିପାରିବାର କ୍ଷମତା ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ