ଓଡିଶା

odisha

ETV Bharat / city

ବିନା ହେଲମେଟରେ ପୋଲିସ ବାବୁ, ଭିଡିଓ ଭାଇରାଲ - ବାଲେଶ୍ବର ଖବର

ବିନା ହେଲମେଟରେ ପୋଲିସ ବାବୁ । ଏପଟେ ଫାଇନ ପାଇଁ ରାସ୍ତାରେ ଗୋଡାଉଛି ସାଧାରଣ ଜନତାଙ୍କୁ । କିନ୍ତୁ ନିଜ ଉପରେ ନାହିଁ ନଜର । ଏଭଳି କିଛି ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଗକୁ ପଢନ୍ତୁ..

police officer, photo  viral
ବିନା ହେଲମେଟରେ ପୋଲିସ ବାବୁ

By

Published : Dec 5, 2019, 1:47 PM IST

Updated : Dec 5, 2019, 2:05 PM IST


ବାଲେଶ୍ବର:ତିନି ମାସର କୋହଳ ପରେ ଡିସେମ୍ବର 2 ତାରିଖ ପାଖରୁ ବାଲେଶ୍ବରରେ ନୂତନ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ କରାଯାଇଛି । ଛକ ଛକରେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଫାଇନ କଟାଯାଉଛି।

ବିନା ହେଲମେଟରେ ପୋଲିସ ବାବୁ

ହେଲମେଟ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଏହାକୁ ନମାନିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ଫାଇନ କାଟିବା ଭୟରେ ବାଲେଶ୍ବରରେ ଏବେ ପ୍ରାୟ 90 ପ୍ରତିଶତ ବାଇକର ମାନଙ୍କ ମୁଣ୍ଡରେ ହେଲମେଟ ଥିବା ଦେଖିବାକୁ ମିଳୁଛି ।

ହେଲେ ଏହାର ବ୍ୟତିକ୍ରମ ଖୋଦ ପୋଲିସ କ୍ଷେତ୍ରରେ । ଏପଟେ ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିବା ପୋଲିସ ନିଜେ ହିଁ ହେଲମେଟ ପିନ୍ଧିନଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବାଲେଶ୍ବର ମେଡିକାଲ ରାସ୍ତାରେ ପୋଲିସ ବାବୁ ଜଣଙ୍କ ବିନା ହେଲମେଟରେ ଗାଡି ଚଳାଉଥିଲେ । କେହି ଜଣେ ସଚେତନ ନାଗରିକ ତାହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ନିୟମ କ’ଣ କେବଳ ସାଧାରଣ ଜନତା ପାଇଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Dec 5, 2019, 2:05 PM IST

ABOUT THE AUTHOR

...view details