ବାଲେଶ୍ଵର: ମୋଟରଯାନ ଆଇନରେ ସଂଶୋଧନ ପରେ ଏଣିକି ଟ୍ରାଫିକ ନିୟମ ଉଲ୍ଳଂଘନ ପାଇଁ ବର୍ଦ୍ଧିତ ଜୋରିମାନା ଲାଗୁ ହୋଇଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା । ଏହି ନିୟମ ଅନୁସାରେ, ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଗାଡି ଚାଳକ ତଥା ମାଲିକଙ୍କଠାରୁ ବର୍ଦ୍ଧିତ ଜୋରିମାନା ଆଦାୟ କରାଯାଉଛି ।
ବାଲେଶ୍ବରରେ ମଧ୍ୟ ଦେଖିବାକୁ ମିଳୁଛି ସମାନ ଦୃଶ୍ୟ । ଜିଲ୍ଲାର ସେରଗଡ ଟୋଲ୍ ଗେଟରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ନଜର ରଖିଛି ଖନ୍ତାପଡା ପୋଲିସ । ଗତ5 ତାରିଖରୁ ଲଗାତର ଭାବେ ଟ୍ରକ, ବସ୍ ଓ ଚାରି ଚକିଆ ଡ୍ରାଇଭରଙ୍କୁ ଚେକିଂ କରାଯାଉଛି ।