ବାଲେଶ୍ବର:ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ଓ ନିର୍ବାଚନୀ ହିଂସା ସେତେ ବଢ଼ିବାରେ ଲାଗିଛି । ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଜଣେ ୱାର୍ଡମେମ୍ବର ପ୍ରାର୍ଥୀ ଗୁରୁତର ଆହତ ହେବା ପରେ ପୋଲିସ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହୋଇଛି ।
ଆହତ ବ୍ୟକ୍ତି ଜଣକ ହେଲେ ଗାଙ୍ଗପୁରା ଗ୍ରାମର ଭାଗବତ ପ୍ରଧାନ (୪୫)। ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମର କିଛି ବ୍ୟକ୍ତି ଭାଗବତଙ୍କୁ ଘରୁ ଡାକି ନେଇଥିଲେ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ ଦେବା ନେଇ ପ୍ରଥମେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁବୃର୍ତ୍ତମାନେ ସଂଘବଦ୍ଧ ଭାବେ ଭାଗବତଙ୍କ ଉପରେ ଖଣ୍ଡା ଭୂଜାଲିରେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ । ଏଥିରେ ଭାଗବତ ଗୁରୁତର ହୋଇ ପଡ଼ିଥିଲେ ।