ବାଲେଶ୍ବର: କେତେ ଖୁସିରେ ଘରୁ ବୁଲିବାରୁ ବାହାରିଥିଲେ । ଜଗାକୁ ଦର୍ଶନ କରିବେ ହେଲେ ଘଟିଗଲା ଅଘଟଣ । ପଶ୍ଚିମବଙ୍ଗ ଦକ୍ଷିଣ ଚବିଶପ୍ରଗଣାରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ବାହାରିଥିବା ତ୍ରୀର୍ଥଯାତ୍ରୀ ମମତାଜ ନାମକ ବସ୍ ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ 30ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 14 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସରେ ପାଖାପାଖି 100 ଯାତ୍ରୀ ଥିଲେ । ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧାରେ ରହିଲା ଦର୍ଶନ, ତ୍ରୀର୍ଥଯାତ୍ରୀ ବସ ଓଲଟି 30 ଆହତ ଏହା ବି ପଢନ୍ତୁ...ରାଜଧାନୀ ରାଜରାସ୍ତାରେ ଗଡୁଛି ରାଧେ ମା'ଙ୍କ ଅଟୋ, ପେଟପାଉଣା ପାଇଁ ଆପଣାଇଛନ୍ତି ବୃତ୍ତି
ବସ୍ଟି ତ୍ରୀର୍ଥଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ଜିଲ୍ଲା ଚବିଶପ୍ରଗଣା ଅଞ୍ଚଳରୁ ପୁରୀ ଅଭିମୁଖେ ଆସୁଥିଲା । ତଳନଗର ଛକ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଯାତ୍ରୀମାନେ ବସ ଭିତରେ ଫସି ରହିଥିଲେ । ଖବର ପାଇ ସୋର ପୋଲିସ, ଦମକଳ କର୍ମଚାରୀ ଓ ଆଦର୍ଶ ଯୁବ ପରିଷଦର ସଦସ୍ୟ ଓ ହେଲପିଙ୍ଗ ହେଣ୍ଡସ ସଦସ୍ୟମାନେ ଯାତ୍ରୀଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି । 30ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ 14ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡ୍ରାଇଭରର ନିଦ ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ଇଟିଭି ଭାରତ, ବାଲେଶ୍ବର