ଓଡିଶା

odisha

ETV Bharat / city

ଧାନ କଟାରୁ ହତ୍ୟାକାଣ୍ଡ

ବାଲେଶ୍ବର ସିଂଲା ଥାନା ଅଧିନ ପହଣା ଗ୍ରାମରେ ଧାନ କଟାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ପଡୋଶୀଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

By

Published : May 10, 2020, 7:30 PM IST

one killed in balasore
ଧାନ କଟାରୁ ହତ୍ୟାକାଣ୍ଡ

ବାଲେଶ୍ଵର: ଜିଲ୍ଲାର ସିଂଲା ଥାନା ଅଧିନ ପହଣା ଗ୍ରାମରେ ଧାନ କଟାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ପଡୋଶୀଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ପହଣା ଗ୍ରାମର ଗୌରାଙ୍ଗ ସୁର ନିଜ କ୍ଷେତରେ ଧାନ କାଟୁଥିଲେ। ଗ୍ରାମର କିଛି ଲୋକ ସେ କାଟିଥିବା ଧାନ ଫୋପାଡି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସାରୁ ଉତକ୍ଷିପ୍ତ ହୋଇ ଗ୍ରାମର କିଛି ଲୋକ ଗୌରାଙ୍ଗଙ୍କୁ ଆକ୍ରମଣ କରି କ୍ଷେତରେ ଫିଙ୍ଗି ଦେଇଥିଲେ।

ଗୌରାଙ୍ଗଙ୍କ ଭାଇ ଶ୍ୟାମସୁନ୍ଦର ତାଙ୍କୁ ଉଦ୍ଧାର କରି ବସ୍ତା ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସିଂଲା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details