ଓଡିଶା

odisha

By

Published : Oct 6, 2022, 3:24 PM IST

ETV Bharat / city

ଦୁର୍ଗାପୂଜା ଭୋଜି ଖାଇବା ହେଲା କାଳ: ଝାଡାବାନ୍ତିରେ ୧ମୃତ, ଅନେକ ଅସୁସ୍ଥ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ଦୁର୍ଗାପୂଜା ଭୋଜି ଖାଇ ବ୍ୟାପିଲା ଝାଡାବାନ୍ତି । ଏଥିରେ ଜଣକର ମୃତ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଦୁର୍ଗାପୂଜା ଭୋଜି ଖାଇବା ହେଲା କାଳ
ଦୁର୍ଗାପୂଜା ଭୋଜି ଖାଇବା ହେଲା କାଳ

ବାଲେଶ୍ୱର:ଜିଲ୍ଲାରେ ଦୁର୍ଗାପୂଜା ଭୋଜି ଖାଇ ବ୍ୟାପିଲା ଝାଡାବାନ୍ତି । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନାଅନୁସାରେ, ନାକପଦା ଗାଁର ଜଣଙ୍କ ଘରେ ସୋମବାର ଦିନ ଦୁର୍ଗା ପୂଜା ପାଇଁ ଭୋଜିର ଆୟୋଜନ କରାଯାଇଥିଲା । ଗାଁ ଲୋକମାନେ ଭୋଜି ଖାଇ ଘରକୁ ଫେରିବା ପରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତେବେ ବୁଧବାର ଦିନ 6 ଜଣଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀ ମଥାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଗାପୂଜା ଭୋଜି ଖାଇବା ହେଲା କାଳ

ଏହା ମଧ୍ୟ ପଢନ୍ତୁ: ଗଣେଶ ପୂଜା ଭୋଗ ଖାଇବା ହେଲା କାଳ: ଝାଡାବାନ୍ତିରେ ୨ ମୃତ, ଅନେକ ଅସୁସ୍ଥ

ପୁଣି ଗୁରୁବାର ଆଉ 5 ଜଣ ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ଖଇରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗ୍ରାମରେ ଅସ୍ବାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ପାଇଁ ଏମିତି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଥିବା ବେଳେ ଭୋଜି ଖାଇ ଏମିତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ମେଡିକାଲ ଟିମର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ଗଣେଶ ପୂଜାରେ ବଲାଙ୍ଗୀରରୁ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । ବଲାଙ୍ଗୀରରେ ଗଣେଶ ପୂଜା ଭୋଗ ଖାଇ ବ୍ୟାପିଥାଲା ଝାଡାବାନ୍ତି । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିଲେ । ସୂଚନା ଅନୁସାରେ, ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେର୍ଦ୍ଧହ ଗାଁରେ ବ୍ୟାପିଥିଲା ଝାଡାବାନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details