ବାଲେଶ୍ବର: ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୫୬ ବର୍ଷର ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ। ଏପରି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଧିନ ପଥରପେଣ୍ଠ ଗ୍ରାମରେ ।
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ - ଯୁବତୀଙ୍କୁ ଦୁଷ୍କର୍ମ
ବାଲେଶ୍ଵର ଜିଲ୍ଲା ସୋର ଥାନା ଅଧିନ ପଥରପେଣ୍ଠ ଗ୍ରାମରେ ଲଜ୍ୟା । ପଡୋଶୀ ଘରର ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୫୬ ବର୍ଷର ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ
ପଥରପେଣ୍ଠ ଗାଁର ଯୁଧିଷ୍ଠିର ମଳିକ ନିଜ ପଡ଼ୋଶୀଙ୍କ 19 ବର୍ଷୀୟା ଯୁବତୀଙ୍କୁ ଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ପରିବାର ଏନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ