ବାଲେଶ୍ବର:ବାଲେଶ୍ବରରେ ଓଡିଆ ଭାଷା ତଥା ଫକୀରମୋହନଙ୍କ ନାମ ପ୍ରତି ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ବିଭାଗ ପକ୍ଷରୁ ରାସ୍ତା କଡରେ ଅତି ନିମ୍ନମାନର ସାଇନ ବୋର୍ଡ ଲଗାଯାଇଥିବା ବେଳେ ସାଇନ ବୋର୍ଡରେ ଫକୀରମୋହନ କଲେଜ ଓ ଶାନ୍ତିକାନନକୁ ଯିବା ପାଇଁ ସୂଚିତ ହୋଇଥିବା ଲେଖା ଭୁଲ ଲେଖା ହୋଇଛି।
ସାଇନ ବୋର୍ଡଟି ରାସ୍ତା କଡରେ ଥିବା ଇଲେକ୍ଟ୍ରିକ ଖୁଣ୍ଟ ଏବଂ ଆଉ ଏକ ହୋର୍ଡିଂର ପୋଲରେ କଣ୍ଟା ପିଟି ଲଗାଯାଇଛି । ସାଇନ ବୋର୍ଡ ପାଇଁ ସ୍ବତନ୍ତ୍ର ପୋଲ ବି ବସାଯାଇନାହିଁ । ଦ୍ବିତୀୟରେ ଅତି ଖାମଖିଆଲି ଭାବେ ‘ଫକିର ମହନ’ ଓ ‘ଶାନ୍ତୀ କାନନ’ ବନାନ ଭୁଲ ଲେଖା ହୋଇଛି । ଏପରି ଭୁଲ ଉଚ୍ଚାରଣ ବୋର୍ଡ ଲଗାଇ ନିଶ୍ଚିନ୍ତରେ ରହିଛି ବିଭାଗ ।