ବାଲେଶ୍ବର: ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା। ଗତ ୪ ବର୍ଷ ମଧ୍ୟରେ ଜିଲ୍ଲାରେ ସମୁଦାୟ ୮୭ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ଏନେଇ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
୪ ବର୍ଷ ମଧ୍ୟରେ ୨୦୧୭-୧୮ ମସିହାରେ ଜିଲ୍ଲାର ୧୨ ବ୍ଲକରେ ୩୬ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ୨୦୨୦-୨୧ ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଗକୁ ଆହୁରି ଅଧିକ ସଚେତନ ଓ ଜାଗ୍ରତ ରହିଲେ ଏହି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିପାରିବ ବୋଲି କୁହାଯାଇଛି। ବଜ୍ରପାତ ଜନିତ ମୃତ୍ୟୁରେ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ବାବଦକୁ ୪ ଲକ୍ଷ ଟଙ୍କା ମିଳିଥାଏ। ମାତ୍ର ଅନେକ ଏହି ଯୋଜନା ବାବଦରେ ଜାଣିନଥିବାରୁ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି।