ବାଲେଶ୍ବର:ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ବାଲେଶ୍ଵର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆଯାଇଛି । ମୋଟ 12ଟି ଦାବି ନେଇ ଧାରଣା ଦେଇଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ଦାବି ପୂରଣ ନହେବା ଯାଏଁ ଧାରଣା ପ୍ରତ୍ୟାହୃତ ହେବ ନାହିଁ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କର୍ମକର୍ତ୍ତାମାନେ କହିଛନ୍ତି ।
ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଉପସ୍ଥାପନ କରିଥିବା 12ଟି ଦାବି ହେଲା ସମସ୍ତ ପୁରୁଣା ଦରଖାସ୍ତକୁ ତୁରନ୍ତ ପଞ୍ଜୀକରଣ କରିବା, ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା ପ୍ରଦାନ କରିବା, ପଞ୍ଜିକରଣ ଓ ନବୀକରଣ ସହାୟତା କରାଯିବା, ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପରିଷଦରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା ଭଳି ଦାବି ହୋଇଥିଲା।