ଓଡିଶା

odisha

ETV Bharat / city

ଆଦର୍ଶ ବିଦ୍ୟାଳୟ ସ୍ଥାପନ ଦାବି, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ ମଞ୍ଚର ଧାରଣା - ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ନାଗରିକ ମଞ୍ଚ

ନାଗରିକ ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଶାସନିକ ନିଷ୍ପତ୍ତିର ପୁନର୍ବିଚାର ସହ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ କଲେ ଦାବି । ଅଧିକ ପଢନ୍ତୁ...

ଆଦର୍ଶ ବିଦ୍ୟାଳୟ ସ୍ଥାପନ ନେଇ ନାଗରିକ ମଞ୍ଚ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଆଦର୍ଶ ବିଦ୍ୟାଳୟ ସ୍ଥାପନ ନେଇ ନାଗରିକ ମଞ୍ଚ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

By

Published : Aug 28, 2021, 8:33 AM IST

ବାଲେଶ୍ଵର: ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ନେଇ ସ୍ଥାନ ପରିବର୍ତ୍ତନ ଯୋଗୁଁ ବିକ୍ଷୋଭରତ ଅଞ୍ଚଳବାସୀ । ଏନେଇ ବାଲେଶ୍ବର ଜିଲ୍ଲା ଅଧିନ ବାହାନଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାହାନଗା ସଚେତନ ନାଗରିକ ମଞ୍ଚର ସଦସ୍ୟ ମାନେ ଧାରଣାରେ ବସିଛନ୍ତି ।

ଆଦର୍ଶ ବିଦ୍ୟାଳୟ ସ୍ଥାପନ ନେଇ ନାଗରିକ ମଞ୍ଚ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ସୂଚନାନୁସାରେ ଓଡିଶା ଆଦର୍ଶ ବିଦ୍ୟାଳୟ ବାହାନଗା ପଞ୍ଚାୟତ ଷଠି ଗ୍ରାମ ପରିବର୍ତ୍ତେ ଗୋପାଳପୁର ପଞ୍ଚାୟତର ଜାଗେଶ୍ୱରପଦା ଗ୍ରାମରେ ସ୍ଥାପନା ହୋଇଛି । ତେବେ ଷଠିରେ ହେଉନଥିବାରୁ ବାହାନଗା ସଚେତନ ନାଗରିକ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ବାହାନଗା ବ୍ଲକ ସଦର ପଞ୍ଚାୟତ ବାହାନଗା ଅଧିନ ଷଠି ଗ୍ରାମରେ ହେବା ନେଇ ସ୍ଥାନ ନିରୂପଣ ହୋଇଥିଲା । ତେବେ ପ୍ରଶାସନ ତରଫରୁ ଷଠିରେ ଆଦର୍ଶ ବିଦ୍ୟାଳୟ ହେବା ପାଇଁ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଶେଷ ହେବା ପରେ ବିଦ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ମଧ୍ୟ ସରିଥିଲା ।

ହେଲେ ପ୍ରସ୍ତାବିତ ଜମି ଗ୍ରାମ୍ୟ ଜଙ୍ଗଲ କିସମ ହୋଇଥିବାରୁ ପ୍ରଶାସନିକ ଟିମ ଷଠି ପରିବର୍ତ୍ତେ ଗୋପାଳପୁର ପଞ୍ଚାୟତ ଜାଗେଶ୍ୱରପଦା ଠାରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରିଥିଲେ । ତେବେ ଏହାକୁ ବାହାନଗା ସଚେତନ ନାଗରିକ ମଞ୍ଚ ଘୋର ବିରୋଧ କରିଛି । ନାଗରିକ ମଞ୍ଚ ତରଫରୁ ପ୍ରଶାସନିକ ନିଷ୍ପତ୍ତିର ପୁନର୍ବିଚାର କରି ଷଠିରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇଛି ।

ଏହାକୁ ନେଇ ଶୁକ୍ରବାର ବାହନଗା ବଜାର ବନ୍ଦ କରିବା ସହ ଏକ ଶୋଭାଯାତ୍ରାରେ ବାହାରି ମଞ୍ଚ ପକ୍ଷରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେପଟେ ଶୋଭାଯାତ୍ରା ବେଳେ ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ଆଉ ଏହି ସମୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଧାରଣାକାରୀଙ୍କ ନିକଟରେ ପହଞ୍ଚି ଏହି ଘଟଣାକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details