ଓଡିଶା

odisha

ETV Bharat / city

ଏକ୍ସପୋରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପରିବାର ଓ ପୋଲିସ ମୁହାଁମୁହିଁ

ବାଲେଶ୍ଵର ମେଡିକାଲ ପରିସରରେ ପୋଲିସ ଓ ଗୋଟିଏ ପରିବାର ସଦସ୍ୟଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଜାଣନ୍ତୁ ପୁରା ଖବର...

By

Published : Dec 29, 2019, 5:01 AM IST

ଏକ୍ସପୋରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପରିବାର ଓ ପୋଲିସ ମୁହାଁମୁହିଁ
ଏକ୍ସପୋରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପରିବାର ଓ ପୋଲିସ ମୁହାଁମୁହିଁ

ବାଲେଶ୍ଵର: ମେଡିକାଲ ପରିସରରେ ପୋଲିସ ଓ ଗୋଟିଏ ପରିବାର ସଦସ୍ୟଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଥିଲା ଯେ ଉକ୍ତ ପରିବାର ପୋଲିସ ସହ ସେଠାରେ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ସହରର ଆଟିଆଇ ପଡ଼ିଆରେ ଚାଲିଥିବା ଏକ୍ସପୋ ମେଳାରେ ଦମ୍ପତି ବୁଲୁଥିଲେ । ଏହି ସମୟରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ମହିଳା ଜଣଙ୍କୁ ଅସଦାଚରଣ କରିଥିଲେ । ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସ କ୍ୟାମ୍ପରେ ଛାଡିଥିଲେ ।

ଏକ୍ସପୋରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପରିବାର ଓ ପୋଲିସ ମୁହାଁମୁହିଁ

ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବାରୁ ତାଙ୍କୁ ମେଡିକାଲ ଚେକଅପ ପାଇଁ ପଠାଇଥିଲେ । ମେଡିକାଲରେ ଯୁବକର ପରିବାର ଲୋକ ପହଞ୍ଚି ପୋଲିସ ସହ ମୁହାଁମୁହିଁ ହେବାସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଯୁବକଙ୍କୁ ପୋଲିସ ନିକଟରୁ ଛଡାଇ ନେବାପାଇଁ ପରିବାର ଲୋକ ଚେଷ୍ଟା କରିଥିଲେ । ଯୁବକର ପରିବାର ଲୋକ ପୋଲିସକୁ ଦୁର୍ବ୍ୟବହାର କରିବା ସହ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା ।

ଯୁବକର ପରିବାର ଲୋକ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ଏତେ ମାତ୍ରାରେ ଥିଲା ଯେ ଜଣେ ଡିଏସପି ଓ ଏସଡିପିଓ ବୁଝାଇଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ଯୁବକର ମେଡିକାଲ ଚେକଅପ ରିପୋର୍ଟ ପରିବାର ଲୋକ ଚିରିଦେଇଥିବା ପୋଲିସ କହିଛି । ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ବେଶ ଉତ୍ତେଜନା ଲାଗି ରହିଥିଲା । ପରେ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପହଞ୍ଚି ଯୁବକ ଓ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ନେଇଯାଇଥିଲେ । ଏକ୍ସପୋରେ ଅସଦାଚରଣ କରିଥିବା ଯୁବକ ସହଦେବଖୁଣ୍ଟା ଅଞ୍ଚଳର ସଦାଶିବ ସାହୁଙ୍କ ପୁଅ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details