ଓଡିଶା

odisha

ETV Bharat / city

ସଂଖ୍ୟାଲଘୁ କମିଶନ ଗଠନ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର - ସଂଖ୍ୟାଲଘୁ କମିଶନ

ଜିଲ୍ଲାରେ ୟୁନାଇଟେଡ ମାଇନୋରିଟି ଫୋରମ୍ ପକ୍ଷରୁ ରାଜ୍ୟରେ ସଂଖ୍ୟାଲଘୁ କମିଶନ ଗଠନ ନେଇ ଜୋର ଧରିଛି ଦାବି । ଅଧିକ ପଢନ୍ତୁ...

ସଂଖ୍ୟାଲଘୁ କମିଶନ ଗଠନ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ସଂଖ୍ୟାଲଘୁ କମିଶନ ଗଠନ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

By

Published : Aug 3, 2021, 10:47 PM IST

ବାଲେଶ୍ବର: ଜିଲ୍ଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିଙ୍କ ଦ୍ବାରା ୟୁନାଇଟେଡ ମାଇନୋରିଟି ଫୋରମ୍ ବାଲେଶ୍ବର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏନେଇ ପ୍ରତିନିଧି ମଣ୍ଡଳଙ୍କ ଦାବି ଅନୁସାରେ ଓଡ଼ିଶାରେ ମୁସଲିମ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଏବଂ ଅନ୍ୟ ଲଘୁ ସମ୍ପ୍ରଦାୟକୁ ମିଶାଇ ଓଡ଼ିଶା ରାଜ୍ୟ ଜନସଂଖ୍ୟାର ୭%ରୁ ଉର୍ଦ୍ଧ୍ବ । ହେଲେ କର୍ମନିଯୁକ୍ତି କ୍ଷେତ୍ରରେ ଲୋକପ୍ରତିନିଧି ଭାବରେ ତାଙ୍କର ଉପସ୍ଥିତି ଖୁବ କମ୍ ।

ସଂଖ୍ୟାଲଘୁ କମିଶନ ଗଠନ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଯାହା ଫଳରେ କି ସେମାନେ ନିଜ ସମ୍ପ୍ରଦାୟର ସମସ୍ୟାକୁ ନେଇ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭାରତର ପ୍ରାୟ ସମସ୍ତ ରାଜ୍ୟ ତଥା ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଭଳି ନୂତନ ଭାବେ ଗଢ଼ି ଉଠିଥିବା ରାଜ୍ୟମାନେ ମଧ୍ୟ ରାଜ୍ୟ ସଂଖ୍ୟାଲଘୁ କମିଶନ ଗଠନ କରି ସାରିଥିବା ବେଳେ, ଓଡ଼ିଶାରେ ଦୀର୍ଘ ୨୭ ବର୍ଷ ବିତିଗଲା ପରେ ମଧ୍ୟ ରାଜ୍ୟସଂଖ୍ୟଲଘୁ କମିଶନ ଗଠନ ହୋଇ ପାରୁନାହିଁ ।

ଏଥିପାଇଁ ତୁରନ୍ତ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ସଂଖ୍ୟାଲଘୁ କମିଶନ ଆକ୍ଟ ୧୯୯୨କୁ କାର୍ଯ୍ୟକାରୀ କରି ରାଜ୍ୟ ସଂଖ୍ୟାଲଘୁ କମିଶନ ଓଡ଼ିଶାରେ ସ୍ବତନ୍ତ୍ର ଭାବେ ଗଠନ କରାଯିବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details