ବାଲେଶ୍ବର:ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ପରେ 5T ସହ ଆଉ ଏକ T ଯୋଡି ହୋଇଛି । ଏହି ନିୟମ ଅନୁସାରେ ମନ୍ତ୍ରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବେ ଓ ଲୋକଙ୍କ ସମସ୍ୟା କଥା ବୁଝିବେ । ଏହି ପରିପ୍ରେକ୍ଷୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି(ଶନିବାର) ବାଲେଶ୍ଵର ଗସ୍ତରେ ଆସି ବିଭିନ୍ନ ସ୍କୁଲ ଅଚାନକ ପରିଦର୍ଶନ କରିଛନ୍ତି ।
ବାଲେଶ୍ବର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ, ଅଚାନକ କଲେ ସ୍କୁଲ ପରିଦର୍ଶନ
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ଅଚାନକ ବାଲେଶ୍ବର ଗସ୍ତ କରି ସ୍କୁଲ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ
ବାଲେଶ୍ବର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ, ଅଚାନକ କଲେ ସ୍କୁଲ ପରିଦର୍ଶନ
ସୂଚନାଅନୁସାରେ, ସହରର ଟାଉନ ହାଇସ୍କୁଲ, ଜିଲ୍ଲା ସ୍କୁଲ ଆଦି ପରିଦର୍ଶନ କରି ପିଲାଙ୍କୁ ଚକଲେଟ ବାଣ୍ଟିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ କଥା ହୋଇଛନ୍ତି । ଏହାସହ ଛାତ୍ରଛାତ୍ରୀମାନଙ୍କୁ କେମିତି ପାଠ ପଢ଼ାଯାଉଛି ସେ ବିଷୟରେ ମଧ୍ୟ ପିଲାଙ୍କ ଠାରୁ ପଚାରି ବୁଝିଥିଲେ । ଏହାସହ ବିଭିନ୍ନ ସ୍କୁଲରେ ଥିବା ଶିକ୍ଷକ ସମସ୍ୟାକୁ ଖୁବ ଶୀଘ୍ର ଦୂର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଇଟିଭି ଭାରତ, ବାଲେଶ୍ବର