ବାଲେଶ୍ବର: ଲକଡାଉନ ବେଳେ ଥାନାରେ ପ୍ରେମୀ ଯୁଗଳଙ୍କ ପଡ଼ିଲା ହାତଗଣ୍ଠି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନାରେ । ଘରୁ ଲୁଚି ପଳାଇଥିବା ପ୍ରେମୀଯୁଗଳଙ୍କ ବାହାଘର ଥାନାରେ କରାଯାଇଛି ।
ସିଂଲା ଥାନାରେ ହେଲା ପ୍ରେମୀଯୁଗଳଙ୍କ ବିବାହ - ବାଲେଶ୍ଵର ଖବର
ଲକଡାଉନ ବେଳେ ଥାନାରେ ପ୍ରେମୀ ଯୁଗଳଙ୍କ ପଡ଼ିଲା ହାତଗଣ୍ଠି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନାରେ । ଅଧିକ ପଢନ୍ତୁ...
![ସିଂଲା ଥାନାରେ ହେଲା ପ୍ରେମୀଯୁଗଳଙ୍କ ବିବାହ love marriage at singla police station](https://etvbharatimages.akamaized.net/etvbharat/prod-images/768-512-7054230-1083-7054230-1588581312320.jpg)
ସିଂଲା ଥାନାରେ ହେଲା ପ୍ରେମୀଯୁଗଳଙ୍କ ବିବାହ
ସିଂଲା ଥାନାରେ ହେଲା ପ୍ରେମୀଯୁଗଳଙ୍କ ବିବାହ
ମିଳିଥିବା ସୂଚନା ଅନୁସାରେ, ପଥଦୁର୍ଗା ଗ୍ରାମର ଅଜୟ ପଣ୍ଡିତ ଓ ସିତାଡିହା ଗ୍ରାମର ନମିତା ଗିରି ଉଭୟ ଘରୁ ଲୁଚି ପଳାଇଥିଲେ । ଏନେଇ ଝିଅ ଘର ତରଫରୁ ଥାନାରେ ଏତଲା ଦିଆଯାଇଥିଲା । ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ପ୍ରେମୀଯୁଗଳଙ୍କ ବାହାଘର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଥାନାରେ ଉଭୟ ପକ୍ଷଙ୍କ ସମେତ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରେମୀଯୁଗଳଙ୍କ ବିବାହ କରାଯାଇଥିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
Last Updated : May 4, 2020, 2:42 PM IST