ବାଲେଶ୍ଵର: ଟଙ୍କା ଲୁଟ ଉଦ୍ୟମ କରି ଦୁଇ ଲୁଟେରା ନିର୍ଧୁମ ଛେଚା ଖାଇଛନ୍ତି । ଖବର ପାଇ ରୁପ୍ସା ପୋଲିସ ସେଠାରେ ପହଞ୍ଚି ଲୁଟେରାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି । ଦୁଇ ଲୁଟେରା ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ପି ଅଜୟ ଓ କୁନୋଳା ଅଞ୍ଚଳର ପି ଭାସ୍କର ବୋଲି ଜଣାପଡିଛି।
ଲୁଟ ଉଦ୍ୟମ କରି ଦୁଇ ଗିରଫ
ଟଙ୍କା ଲୁଟ କରୁଥିବା ବେଳେ ଧରା ପଡି ଦୁଇ ଲୁଟେରା ନିର୍ଧୁମ ଛେଚା ଖାଇଛନ୍ତି । ଖବର ପାଇ ରୁପ୍ସା ପୋଲିସ ସେଠାରେ ପହଞ୍ଚି ଲୁଟେରାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନା ଅନୁସାରେ, ରୁପ୍ସା ୟୁନାଇଟେଡ଼ ବ୍ୟାଙ୍କରୁ ଆଙ୍କ ଅଞ୍ଚଳର ରତ୍ନାକର ବେହେରା 20 ହଜାର ଟଙ୍କା ଉଠାଇ ଫେରୁଥିଲେ। ଏହି ସମୟରେ 2ଜଣ ଦୁର୍ବୃତ୍ତ ରତ୍ନାକରଙ୍କୁ ପିଛା କରି ତାଙ୍କ ଟଙ୍କା ଛଡାଇବାକୁ ଚେଷ୍ଟା କରିଥିଲେ । ମାତ୍ର ପାଖରେ ଥିବା ଲୋକମାନେ ଲୁଟେରାମାନଙ୍କୁ କାବୁ କରିଥିଲେ । ଏହାପରେ ସେମାନଙ୍କୁ ମାଡ଼ ମାରି ତଳେ ପକାଇଥିଲେ । ପରେ ପୋଲିସ ପହଞ୍ଚି ଉଭୟଙ୍କୁ ରୁପ୍ସା ମେଡିକାଲରେ ଭର୍ତ୍ତି କରିଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ