ବାଲେଶ୍ଵର:ଜିଲ୍ଲାରେ ଆବାସ ଯୋଜନାରେ ହୋଇଛି ମାଳ ମାଳ ଅନିୟମିତତା ଅଭିଯୋଗ । ଏନେଇ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟରେ ପଦ୍ମପୁର ପଞ୍ଚାୟତବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଘେରାଉ କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ପ୍ରତିବାଦରେ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲେ ଅଞ୍ଚଳବାସୀ - Pm Awas Yojna
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ପଦ୍ମପୁର ପଞ୍ଚାୟତବାସୀ । ଏନେଇ ବ୍ଲକ କାର୍ଯ୍ୟାଳୟରେ ଘେରାଉ କରିବା ସହ ୫ ଜଣିଆ ଟିମ୍କୁ ଦାୟୀ କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...
ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲେ ଅଞ୍ଛଳବାସୀ
ସେପଟେ ପଦ୍ମପୁର ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ ପାଇଁ ପିଇଓଙ୍କ ସମେତ ୫ ଜଣିଆ ଟିମ୍ ଯାଇଥିବାବେଳେ ଆବାସ ଯୋଜନାରୁ ବାଦ ପଡିବା ପାଇଁ ସେମାନେ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Aug 24, 2021, 11:00 PM IST