ଓଡିଶା

odisha

ETV Bharat / city

ବାଲେଶ୍ବରରେ ବୁଲିଲା କୁଷ୍ଠ ନିରାକରଣ ସଚେତନତା ରଥ - ବାଲେଶ୍ଵର

ବାଲେଶ୍ବର ଡିଆରଡିଏ କାର୍ଯ୍ୟାଳୟ ପରିସରରୁ ବାହାରିଲା କୁଷ୍ଠ ନିରାକରଣ ସଚେତନତା ରଥ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ରଥକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧିକ ଖବର ପଢନ୍ତୁ...

ବାଲେଶ୍ବରରେ ବୁଲିଲା କୁଷ୍ଠ ନିରାକରଣ ସଚେତନତା ରଥ
ବାଲେଶ୍ବରରେ ବୁଲିଲା କୁଷ୍ଠ ନିରାକରଣ ସଚେତନତା ରଥ

By

Published : Feb 12, 2020, 12:57 PM IST

ବାଲେଶ୍ଵର: ଡିଆରଡିଏ କାର୍ଯ୍ୟାଳୟ ପରିସରରୁ ବାହାରିଲା କୁଷ୍ଠ ନିରାକରଣ ସଚେତନତା ରଥ । ଆଗାମୀ 15 ଦିନ ଯାଏଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଷ୍ଠ ରୋଗୀ ସମ୍ପର୍କିତ ସଚେତନତା କରାଯିବ ବୋଲି ସୂଚନା ମିଳିଛି।

ବାଲେଶ୍ବରରେ ବୁଲିଲା କୁଷ୍ଠ ନିରାକରଣ ସଚେତନତା ରଥ

ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ରଥକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲାରେ ବର୍ତ୍ତମାନ 115ଟି ପରିବାରରେ କୁଷ୍ଠରୋଗୀ ଚିହ୍ନଟ କରାଯାଇଛି। କୁଷ୍ଠରୋଗ ସମ୍ପର୍କରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା କରାଯିବା ସହ କୁଷ୍ଠରୋଗୀଙ୍କୁ ଶୀତ ବସ୍ତ୍ର ଓ ମାଗଣା ଔଷଧ ବଣ୍ଟନର ବ୍ୟବସ୍ଥା କରାଯାଇଛି।

ରଥ ଉଦଘାଟନ ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ସାବତଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details