ଓଡିଶା

odisha

ETV Bharat / city

ଲକ୍‌ଡାଉନ୍‌ରେ ‘ଲର୍ଣ୍ଣ ଉଇଥ ଫନ’ - ଡିଜିଟାଲ ଶିକ୍ଷା

କୋରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ଡିଜିଟାଲ ଶିକ୍ଷା ଏକମାତ୍ର ମାଧ୍ୟମ ସାଜିଛି । ଏମିତି ଡିଜିଟାଲ ଶିକ୍ଷା ଆରମ୍ଭ କରି ବାଲେଶ୍ବରର ନାଚ ନୃତ୍ୟ ଅନୁଷ୍ଠାନ ପକ୍ଷରୁ 21 ଦିନିଆ ଅନଲାଇନ ଲକ୍‌ ଡାଉନ୍‌ କ୍ୟାମ୍ପ ଆରମ୍ଭ ହୋଇଛି ।

Learn With Fun in Lockdown in balasore
ଲକ୍‌ଡାଉନ୍‌ରେ ‘ଲର୍ଣ୍ଣ ଉଇଥ ଫନ’

By

Published : Apr 1, 2020, 10:48 AM IST

ବାଲେଶ୍ବର: କୋରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ଡିଜିଟାଲ ଶିକ୍ଷା ଏକମାତ୍ର ମାଧ୍ୟମ ସାଜିଛି । ଲକ୍‌ଡାଉନ୍‌ ବେଳେ ଘରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏମିତି ଶିକ୍ଷା ବେଶ ସହାୟକ ହେଉଛି । ଏମିତି ଡିଜିଟାଲ ଶିକ୍ଷା ଆରମ୍ଭ କରି ବାଲେଶ୍ବରର ନାଚ ନୃତ୍ୟ ଅନୁଷ୍ଠାନ ପକ୍ଷରୁ 21 ଦିନିଆ ଅନଲାଇନ ଲକ୍‌ ଡାଉନ୍‌ କ୍ୟାମ୍ପ ଆରମ୍ଭ ହୋଇଛି ।

ଲକ୍‌ଡାଉନ୍‌ରେ ‘ଲର୍ଣ୍ଣ ଉଇଥ ଫନ’

ଏଥିରେ ପିଲାମାନଙ୍କ ପାଇଁ 3ଟି ଗ୍ରୁପରେ ଶିକ୍ଷା ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କୁ ଭିଡିଓ ଓ ଅଡିଓ ମାଧ୍ୟମରେ ଯୋଗ, ଶ୍ଳୋକ ଉଚ୍ଚାରଣ, ଷ୍ଟୋରି ଟାଇମ୍, ରାଇମ୍, ଇନଡୋର୍ ଗେମ୍, କାର୍ଡ ପ୍ରସ୍ତୁତି, ଅଭିନୟ, ନାଚ ମୁଦ୍ରା, ବାପାମା’ଙ୍କୁ ସମ୍ମାନ ଆଦି ବିଷୟରେ ଘରେ ବସି ଅନ୍‌ଲାଇନରେ ଶିକ୍ଷା ଦେଉଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷା ରୋନାଲିଶା ପଣ୍ଡା ।

ଏହି କାର୍ଯ୍ୟରେ ତାଙ୍କ ଝିଅ ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଏମିତି ଏକ ଶିକ୍ଷା ବ୍ୟବସ୍ଥାର ନାମ ଲର୍ଣ୍ଣ ଉଇଥ ଫନ ବୋଲି ରଖାଯାଇଛି । ଏହା ଦ୍ବାରା ପିଲାମାନେ ଘରେ ବସି ଶିକ୍ଷାଲାଭ କରିବା ସହ ସେମାନଙ୍କ ସମୟର ଉଚିତ ବିନିଯୋଗ ହେବ ବୋଲି କୁହାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details