ଓଡିଶା

odisha

ETV Bharat / city

ବିଭିନ୍ନ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଙ୍ଗଠନ

ବିଭିନ୍ନ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଶ୍ରମିକ ସଙ୍ଗଠନ । ଅଧିକ ପଢନ୍ତୁ...

ବିଭିନ୍ନ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଙ୍ଗଠନ
ବିଭିନ୍ନ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଙ୍ଗଠନ

By

Published : Aug 10, 2021, 7:31 PM IST

ବାଲେଶ୍ବର: କେନ୍ଦ୍ର ସରକାର ମାଲିକ ସପକ୍ଷରେ ଶ୍ରମ ଆଇନ ସଂଶୋଧନ ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଶ୍ରମିକ ସଙ୍ଗଠନ । ଏନେଇ ଶ୍ରମିକ ସଙ୍ଗଠନ ବିଚାରଗଞ୍ଜ ଛକରୁ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି ।

ବିଭିନ୍ନ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଙ୍ଗଠନ

ମାଲିକ ସପକ୍ଷରେ ଶ୍ରମ ଆଇନ ସଂଶୋଧନ, କଳା କୃଷି ଆଇନ, ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ସହ ଶ୍ରମିକ ସଂଗଠନମାନଙ୍କ ତରଫରୁ ବିଚାରଗଞ୍ଜ ଛକରୁ ଏକ ଶୋଭାଯାତ୍ରା ବାହାରିଥିଲା । ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରି ସେଠାରେ ସାଧାରଣ ସଭା କରିଥିଲେ। କେନ୍ଦ୍ର ସରକାରଙ୍କର ସମସ୍ତ ଜନଗଣ ବିରୋଧ ଓ ପୁଞ୍ଜିପତି ତୋଷଣ ଏବଂ ଜାତୀୟ ସଂପତ୍ତି ବିକ୍ରି କରିବା ନୀତିର ଦୃଢ଼ ସମାଲୋଚନା କରାଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details