ଓଡିଶା

odisha

ETV Bharat / city

ଲୁଟ ଉଦ୍ୟମ ବେଳେ ଛୁରାମାଡ଼ - ବାଲେଶ୍ବର ବ୍ୟକ୍ତିଙ୍କୁ ଛୁରାମାଡ

ବାଲେଶ୍ବର ସଦର ଥାନା ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ କରାଯାଇଛି। ଲୁଟ ଉଦ୍ୟମ ବେଳେ ଛୁରାମାଡ଼ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

knife attack  man injured in balasore
ଲୁଟ ଉଦ୍ୟମ ବେଳେ ଛୁରାମାଡ଼

By

Published : Mar 29, 2021, 9:37 AM IST

ବାଲେଶ୍ଵର: ଲୁଟ ଉଦ୍ୟମ ବେଳେ ଛୁରାମାଡ଼ । ବାଲେଶ୍ବର ସଦର ଥାନା ଅନ୍ତର୍ଗତ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ କରାଯାଇଛି। ଲୁଟ ଉଦ୍ୟମ ବେଳେ ଛୁରାମାଡ଼ ହୋଇଥିବା ଜଣାପଡିଛି।

ସୂଚନାଅନୁସାରେ, ଭୋର 5ଟା ବେଳେ ଜଣେ ମହିଳା ପ୍ରାତଃଭ୍ରମଣ କରୁଥିବା ବେଳେ ଜଣେ ଯୁବକ ମହିଳାଙ୍କ ବେକରୁ ସୁନାଚେନ ଛଡ଼ାଇନେଇ ପଳାଉଥିବା ବେଳେ ଆଶ୍ରମର ସିଦ୍ଧେଶ୍ଵର ଗାଆଣ ନାମକ ବ୍ୟକ୍ତି ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଯୁବକ ଜଣଙ୍କ ସିଦ୍ଧେଶ୍ୱରଙ୍କୁ ଛୁରାମାଡ଼ କରିଥିଲା। ଏଥିରେ ସିଦ୍ଧେଶ୍ଵର ଗୁରୁତର ହୋଇଥିଲେ। ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛୁରାମାଡ଼ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରି ପୋଲିସ ଜିମାରେ ଦେଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details