ଓଡିଶା

odisha

ETV Bharat / city

LPG ଗ୍ୟାସ ଟାଙ୍କିରୁ ବାହାରୁଛି ପାଣି, ଚିନ୍ତାରେ ଖାଉଟି - balasore gas cylinder news

ଦିନକୁ ଦିନ ସାରା ଦେଶରେ ବୃଦ୍ଧି ପାଉଛି ଗ୍ୟାସ ଦର । ଏହାରି ଭିତରେ ବୃଦ୍ଧି ପାଉଛି ଗ୍ୟାସ କଳା ବଜାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ(Balasore Khaira Block) ଅନ୍ତରା ବଜାରରେ । ଅଧିକ ପଢନ୍ତୁ

Balasore
Balasore

By

Published : Dec 8, 2021, 2:16 PM IST

ବାଲେଶ୍ବର: ଦିନକୁ ଦିନ ସାରା ଦେଶରେ ବୃଦ୍ଧି ପାଉଛି ଗ୍ୟାସ ଦର। ତାରି ଭିତରେ ବୃଦ୍ଧି ପାଉଛି ଗ୍ୟାସ କଳା ବଜାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ବଜାରରେ (Balasore Antara Market)।

LPG ଗ୍ୟାସ ଟାଙ୍କିରୁ ବାହାରୁଛି ପାଣି, ଚିନ୍ତାରେ ଖାଉଟି

ମିଳିଥିବା ସୂଚନା ଅନୁସାରେ, ଅନ୍ତରା ବଜାରରେ ରହୁଥିବା ରିଜାବୁଲ ମୁଲ୍ଲା ନାମକ ଜଣେ ଗ୍ରାହକ ଗ୍ୟାସ ଗ୍ରାମୀଣ ବିତରକଙ୍କ ଠାରୁ ଗୋଟିଏ ଗ୍ୟାସ ଟାଙ୍କି ନେଇଥିଲେ । ମାତ୍ର ୩ ଦିନର ରୋଷେଇ ପରେ ଗ୍ୟାସ ସରି ଯାଇଥିଲା । ପରେ ଗ୍ୟାସ ଟାଙ୍କି ଭିତରେ ପାଣି ଜମିଥିବା ସେ ଜାଣିବାକୁ ପାଇଥିଲେ । ଗ୍ୟାସ ଟାଙ୍କି ତଳକୁ ମୁହଁ କଲା ବେଳକୁ ସେଥିରୁ ପାଣି ବାହାରିଥିଲା ।

ତେବେ ଏମିତି ଠକେଇ ଅଭିଯୋଗ ଆସିବା ପରେ ଗ୍ୟାସ ନେଉଥିବା ଲୋକଙ୍କ ମଧ୍ୟରେ ସନ୍ଦେହ ବୃଦ୍ଧି ପାଉଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details