ଓଡିଶା

odisha

ETV Bharat / city

କୁଲଡିହା ଜଙ୍ଗଲରୁ ଶିକାରୀ ଗିରଫ, ଏକାଧିକ ମୃତ ବନ୍ୟଜନ୍ତୁ ଜବତ - balasore forest department

କୁଲଡିହା ସଂରକ୍ଷିତ ଜଙ୍ଗଲ ଭିତରୁ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ...

କୁଲଡିହା ଜଙ୍ଗଲରୁ ଶିକାରୀ ଗିରଫ,ଏକାଧିକ ମୃତ ବନ୍ୟଜନ୍ତୁ ଜବତ
କୁଲଡିହା ଜଙ୍ଗଲରୁ ଶିକାରୀ ଗିରଫ,ଏକାଧିକ ମୃତ ବନ୍ୟଜନ୍ତୁ ଜବତକୁଲଡିହା ଜଙ୍ଗଲରୁ ଶିକାରୀ ଗିରଫ,ଏକାଧିକ ମୃତ ବନ୍ୟଜନ୍ତୁ ଜବତ

By

Published : Apr 8, 2021, 9:06 PM IST

ବାଲେଶ୍ବର :କୁଲଡିହା ସଂରକ୍ଷିତ ଜଙ୍ଗଲ ଭିତରୁ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ। ଗିରଫ ଶିକାରୀ ଠାରୁ ବିଭିନ୍ନ ମୃତ ବନ୍ୟ ଜନ୍ତୁଙ୍କ ସହ ମାରଣାସ୍ତ୍ର ମଧ୍ୟ ଜବତ କରିଛି ବନ ବିଭାଗ ।

କୁଲଡିହା ଜଙ୍ଗଲରୁ ଶିକାରୀ ଗିରଫ,ଏକାଧିକ ମୃତ ବନ୍ୟଜନ୍ତୁ ଜବତ

ସୂଚନା ଅନୁସାରେ, କୁଲଡିହା ଜଙ୍ଗଲ ଭିତରେ ବନ ବିଭାଗର ଗାର୍ଡମାନେ ପାଟ୍ରୋଲିଂ କରୁଥିବାବେଳେ ଜଣେ ଶିକାରୀକୁ କାବୁ କରିଥିଲେ। ଶିକାରୀ ନିକଟରୁ ଗୋଟିଏ ମୃତ ଗୁରାଣ୍ଡି, ଦୁଇଟି ମୃତ ବଣ ବିଲେଇ, ଗୋଟିଏ ମୃତ ବାଦୁଡ଼ି ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଅନ୍ୟପଟେ ବାକି 6 ଜଣ ଶିକାରୀ କୌଶଳକ୍ରମେ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛନ୍ତି । ଏହି ଗିରଫଦାରୀବେଳେ ଫରେଷ୍ଟର ନରେଶ ସିଂ, ଗାର୍ଡ ହିମାଂଶୁ ପାଢ଼ୀ, ଅଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ। ତେବେ ଗିରଫ ଶିକାରୀକୁ ଅଧିକ ପଚରା ଉଚରା କରାଯାଉଥିବା ସୂଚନା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ABOUT THE AUTHOR

...view details