ଓଡିଶା

odisha

Group clash in Balasore: ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଜଣେ ମୃତ, ୧୪୪ ଧାରା ଲାଗୁ

By

Published : Dec 26, 2021, 11:25 AM IST

ବାଲେଶ୍ବର ଜିଲ୍ଲା ସଦର ଥାନା ଅଧିନ ଜଂଖରାଇ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛି (group clash in balasore)। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ବାଲେଶ୍ଵର: ସଦର ଥାନା ଅଧିନ ଜଂଖରାଇ ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ (group clash in balasore)। ମୋଟରସାଇକେଲ ଧକ୍କାକୁ ନେଇ ଘଟିଥିବା ତୁମୁଳକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ଗଣ୍ଡଗୋଳକୁ ନେଇ ପୋଲିସ ପକ୍ଷରୁ 144 ଧାରା ଜାରି କରାଯାଇଛି । ଯାହାଦ୍ୱାରା 5 ଜଣରୁ ଅଧିକ ଲୋକ କୌଣସି ସ୍ଥାନରେ ଏକାଠି ହୋଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଗାଁରେ ଜଣେ ଯୁବକଙ୍କ ମୋଟରସାଇକେଲ ଧକ୍କାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଯେଉଁଥିରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ଯାହା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା । ମାରପିଟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁରେ ପୋଲିସ ଛାଉଣୀ କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details