ଓଡିଶା

odisha

ETV Bharat / city

ମିଳିଛି ୮୦.୬୮% ମାର୍କ, ଟପ୍ପର ତାଲିକାରେ ନାଁ ନଥିବାରୁ ଛାତ୍ରୀଙ୍କ ଅସନ୍ତୋଷ

ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ପରେ ଏହାକୁ ନେଇ ଜଣେ ଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଧିକ ପଢନ୍ତୁ...

students
students

By

Published : Sep 28, 2021, 9:45 PM IST

Updated : Sep 28, 2021, 10:30 PM IST

ବାଲେଶ୍ବର:ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ପରେ ଏହାକୁ ନେଇ ଜଣେ ଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଭିଯୋଗ ଅନୁସାରେ, ଛାତ୍ରୀ ଯସ୍ମୀନ ରାଉତ ପରୀକ୍ଷାରେ ସର୍ବାଧିକ ୮୦.୬୮ ପ୍ରତିଶତ ମାର୍କ ରଖିଛନ୍ତି । ଯାହାକି ଅନ୍ୟ ପିଲାମାନଙ୍କ ତୁଳନାରେ ଅଧିକ । ମାତ୍ର ତାଙ୍କୁ କଲେଜ ଟପ୍ପର ଘୋଷଣା କରିବା ବଦଳରେ ତାଙ୍କଠୁ କମ ମାର୍କ ରଖିଥିବା ପିଲାଙ୍କୁ ଟପ୍ପର ଘୋଷଣା କରାଯାଇଛି ।

ଛାତ୍ରୀଙ୍କୁ ମିଳିଛି ୮୦.୬୮ ପ୍ରତିଶତ ମାର୍କ, ତଥାପି ମିଳିଲା ନାହିଁ ଟପ୍ପର

ଅନ୍ୟପଟେ ଯସ୍ମୀନ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ବ୍ୟକ୍ତିଗତ କାରଣରୁ ଦେଇ ପାରି ନଥିବାରୁ କଲେଜର ନିୟମ ଓ ଗାଇଡ ଲାଇନ ଅନୁସାରେ ତାଙ୍କ ନାଁ ଟପ୍ପର ଲିଷ୍ଟରେ ନଥିବା ସୂଚନା ମିଳିଛି ।

ଏହାକୁ ନେଇ ଯସ୍ମୀନ କଲେଜ କର୍ତ୍ତୃପକ୍ଷ ପୁନଃବିଚାର କରିବା ପାଇଁ ଅନୁରୋଧ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 28, 2021, 10:30 PM IST

ABOUT THE AUTHOR

...view details