ଓଡିଶା

odisha

ETV Bharat / city

ବିବାହରେ ବାଧା ହେଲା ଜାତିପ୍ରଥା, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା - ବାଲେଶ୍ବର

ସ୍ତ୍ରୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଏମିତି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା କୁହ୍ଲା ଗ୍ରାମରେ। ଅଧିକ ଖବର ପଢନ୍ତୁ...

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

By

Published : Jan 27, 2020, 9:40 PM IST

ବାଲେଶ୍ବର: ସ୍ତ୍ରୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଏମିତି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା କୁହ୍ଲା ଗ୍ରାମରେ। ଅଭିଯୋଗ ଅନୁସାରେ, ଚକବ୍ରହ୍ମ ଗ୍ରାମର ଜଣେ ଯୁବତୀଙ୍କ ସହ କୁହ୍ଲା ଗ୍ରାମର ଅଶୋକ ନାୟକଙ୍କ ମଧ୍ୟରେ ଛଅ ମାସ ଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା। ତେବେ ବିବାହରେ ଜାତିପ୍ରଥା ବାଧକ ସାଜିଥିଲା।

ବିବାହରେ ବାଧା ହେଲା ଜାତିପ୍ରଥା, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ପରେ ଅଶୋକ ଉକ୍ତ ଯୁବତୀଙ୍କୁ ଗୁଜୁରାଟ ନେଇ ସେଠାରେ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗୁଜୁରାଟ ଯିବା ପରେ ଅଶୋକ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗୁଜୁରାଟରେ ପାଞ୍ଚମାସ ରହିବା ପରେ ଅଶୋକ ତାଙ୍କୁ ସେଠାରେ ଛାଡି ବାଲିଆପାଳ ପଳାଇ ଆସିଥିଲେ।

ସେଠାରୁ ଯୁବତୀ ଜଣଙ୍କ ବାଲିଆପାଳ ଆସି ଥାନାରେ ଅଭିଯୋଗ କରିଥିଲେ। ଥାନାରେ ତାଙ୍କୁ ନ୍ୟାୟ ନମିଳିବାରୁ ଶେଷରେ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି। ପ୍ରେମିକ ଅଶୋକଙ୍କ ଘରେ ତାଲା ପଡ଼ିଥିବା ବେଳେ ନ୍ୟାୟ ନମିଳିଲେ ପ୍ରେମିକ ଘର ଆଗରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details