ବାଲେଶ୍ବର:ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କୁ ଆବାହନ କରୁଛି ମାନବ। ଏହି ଅବସରରେ ବାଲେଶ୍ବରୀ କଳା କେନ୍ଦ୍ର ଓ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ମିଳିତ ସହଯୋଗରେ ଜଉକଣ୍ଢେଇ ଶ୍ରୀଗଣେଶ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ (ganesh idols made from barley in baleswar) ହୋଇଛି । ଜଉ କଣ୍ଢେଇରେ ଶ୍ରୀଗଣେଶଙ୍କ ପ୍ରଦର୍ଶନୀକୁ ସଦର ବିଧାୟକ ସ୍ବରୂପ ଦାସ ଉଦଘାଟନ କରିଛନ୍ତି । ଏହି ଅନୁଷ୍ଠାନର ବିକାଶ ପାଇଁ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟ ଅତିଥି ଭାବରେ ବାଲେଶ୍ବର ପୌରପାଳ ସବିତା ସାହୁ ଶିଳ୍ପୀମାନଙ୍କୁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଭାବରେ ୩୧ନଂ ଓ୍ବାର୍ଡ କାଉନସିଲର ରଞ୍ଜିତା ମହାପାତ୍ର ଓ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସଂପାଦକ ଡ. କୁମାର ଗୋପାଳ ଯୋଗ ଦେଇ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅରଡ ବଜାର, ନଲମଗଞ୍ଜ ଓ ବାମପଦାର ୬୦ରୁ ଊର୍ଦ୍ଧ୍ଵ ମହିଳା ଜଉକଣ୍ଢେଇ ଶିଳ୍ପୀ ଅଂଶ ଗ୍ରହଣ କରି ୬୦ ପ୍ରକାରରୁ ଉର୍ଦ୍ଧ୍ବ ଜଉକଣ୍ଢେଇରେ ଶ୍ରୀଗଣେଶ ପ୍ରଦର୍ଶିତ କରିଥିଲେ।