ଓଡିଶା

odisha

କୋରୋନା କଟକଣା: ସମସ୍ତ ଦୋକାନ ବନ୍ଦ ନିର୍ଦ୍ଦେଶ, ବିଦେଶରୁ ଜିଲ୍ଲାକୁ ଫେରିଛନ୍ତି 150

By

Published : Mar 21, 2020, 2:49 PM IST

ବାଲେଶ୍ବର ଜିଲ୍ଲାକୁ ମୋଟ 150 ଜଣ ବାହାର ଦେଶରୁ ଫେରିଥିବା ବେଳେ ବାହାର ରାଜ୍ୟରୁ 811 ଜଣ ଫେରିଛନ୍ତି । ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ଏହାସହ ଆସନ୍ତାକାଲି ସମସ୍ତ ଦୋକାନ ବନ୍ଦ ନିର୍ଦ୍ଦେଶ। ଅଧିକ ଖବର ପଢନ୍ତୁ...

corona meeting
କୋରୋନା ପାଇଁ ବାଲେଶ୍ବରରେ ଦୋକାନ ବନ୍ଦ ନିର୍ଦ୍ଦେଶ, ବାହାରୁ ଜିଲ୍ଲାକୁ ଫେରିଛନ୍ତି 150

ବାଲେଶ୍ବର: କୋରୋନା ସ୍ଥିତିକୁ ନେଇ ବାଲେଶ୍ବରରେ ଏକ ସ୍ବତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାର 4 ବିଧାୟକଙ୍କ ସମେତ ପ୍ରକଳ୍ପ ନିର୍ଦ୍ଦେଶକ, ସିଡିଏମଓ ଏବଂ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ ।

କୋରୋନା ପାଇଁ ବାଲେଶ୍ବରରେ ଦୋକାନ ବନ୍ଦ ନିର୍ଦ୍ଦେଶ, ବାହାରୁ ଜିଲ୍ଲାକୁ ଫେରିଛନ୍ତି 150

ଜିଲ୍ଲାକୁ ମୋଟ 150 ଜଣ ବାହାର ଦେଶରୁ ଫେରିଥିବା ବେଳେ ବାହାର ରାଜ୍ୟରୁ 811 ଜଣ ଫେରିଛନ୍ତି । ସତର୍କତା ସ୍ବରୂପ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ କୋରୋନା ସଂକ୍ରମଣ ନେଇ ଆଶଙ୍କା ହେବାରୁ ଜଣଙ୍କର ଟେଷ୍ଟ କାରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଛି ।

ସେହିପରି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଛାଡି ଡ୍ରେସ, ଗାଡ଼ି ସୋରୁମ ଓ ହୋଟେଲ, ପାନ ଦୋକାନ, ବାର, ରାସ୍ତା କଡରେ ଥିବା ଗୁପଚୁପ ଓ ଚାଟ ଭଳି ଉଠା ଦୋକାନ, ଫର୍ଣ୍ଣିଚର ଦୋକାନ, ଗହଣା ଦୋକାନ, ମାର୍ବଲ ଦୋକାନ, ଘଣ୍ଟା ଦୋକାନ, ବହିଦୋକାନ, ଗିଫ୍ଟ ଦୋକାନ ଆଦି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details