ଓଡିଶା

odisha

ETV Bharat / city

ମିଠା ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ, ୧୦କେଜି ବାସି ମିଠା ନଷ୍ଟ - ମିଠା ଦୋକାନ ଉପରେ ଚଢାଉ

ଆଗକୁ ଆସୁଛି ଦୂର୍ଗା ପୂଜା । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼ରେ ଖାଦ୍ୟ ସୁରକ୍ଷା ଟିମ । ଜିଲ୍ଲାର କିଛି ମିଠା ଦୋକାନ ବୁଲି ପ୍ରାୟ ୧୦ କେଜି ବାସି ମିଠା ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ମିଠା ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ, ୧୦କେଜି ବାସୀ ମିଠା ନଷ୍ଟ
ମିଠା ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ, ୧୦କେଜି ବାସୀ ମିଠା ନଷ୍ଟ

By

Published : Oct 11, 2021, 10:27 PM IST

ବାଲେଶ୍ବର:ଜିଲ୍ଲାରେ ଆକ୍ସନ ମୋଡ଼ରେ ଖାଦ୍ୟ ସୁରକ୍ଷା ଟିମ । ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଆଜି(ସୋମବାର) ଜିଲ୍ଲାର ଅନେକ ଅଞ୍ଚଳରେ ଥିବା ମିଠା ଦୋକାନରେ ଚଢାଉ କରିଛି ଟିମ । ଦୋକାନରେ ଥିବା ବାସି ମିଠା ନଷ୍ଟ କରିବା ସହ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

ମିଠା ଦୋକାନ ଉପରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ, ୧୦କେଜି ବାସୀ ମିଠା ନଷ୍ଟ

ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଖାଦ୍ୟ ସୁରକ୍ଷା ଟିମ ବାହାରି ମୋତିଗଞ୍ଜ, ନୂଆବଜାର, ଫକୀର ମୋହନ ଗୋଲେଇ ଓ କୁରୁଡ଼ା ଛକ ଅଞ୍ଚଳରେ ଥିବା ମିଠା ଦୋକାନରେ ଥିବା ମିଠାର ମାନ ଯାଞ୍ଚ କରିଥିଲା । ଏହି ଯାଞ୍ଚ ସମୟରେ ବିଭିନ୍ନ ଦୋକାନରୁ ପ୍ରାୟ 10 କିଲୋ ବାସି ମିଠା ଜବତ କରାଯାଇ ସେସବୁ ନଷ୍ଟ କରି ଦିଆଯାଇଛି ।

ଦୋକାନୀଙ୍କ ଠାରୁ 4300 ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହାସହ ମିଠା ତିଆରି କରିବାର ତାରିଖ ଲେଖି ମାରିବା ପାଇଁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details