ବାଲେଶ୍ବର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ।
ସୋର ସିନେମା ହଲ ନିକଟରେ ଥିବା ମା' ମଙ୍ଗଳା ନାମକ ଏକ ଗହଣା ଦୋକାନର ମାଲିକ ପ୍ରଶାନ୍ତ କୁମାର ନାୟକ ଓ ତାଙ୍କ ସମ୍ପର୍କୀୟ ଭାଇ ଗତରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥଲେ । ରାସ୍ତାରେ ଦୁଇଟି ବାଇକରେ 5 ଜଣ ଦୁର୍ବୃତ୍ତ ସେମାନଙ୍କୁ ଫଲୋ କରି ନିଛାଟିଆ ଦୟାବନ୍ଧ ନିକଟରେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ।