ଓଡିଶା

odisha

ETV Bharat / city

ପାମୋଲିନ ଚାଷ କରି ପ୍ରଶଂସିତ ପ୍ରଶାନ୍ତ

କୌଣସି କାମ କେବେ ଛୋଟ ନୁହେଁ, ବରଂ କୌଣସି କାମ ମନ ଲଗେଇ କଲେ ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳିବ। ସେହିପରି ୮୦ଦଶକରେ ବାଣିଜ୍ୟ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରି ମଧ୍ୟ ଚାକିରୀ ପଛରେ ନ ଗୋଡ଼ାଇ ନିଜେ କେମିତି ସ୍ୱାବଲମ୍ବୀ ହେବେ, ସେହି ଆଡକୁ ମନ ବଳାଇ ଆଜି ସେ ପାଇଛନ୍ତି ଏକ ଅନନ୍ୟ ପରିଚୟ। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଦଇପୁର ଗ୍ରାମର ପ୍ରଶାନ୍ତ ନାୟକଙ୍କ କଥା ।

ପାମ ଚାଷ କରି ଅନନ୍ୟ ପରିଚୟ ପାଇଛନ୍ତି ଚାଷୀ
ପାମ ଚାଷ କରି ଅନନ୍ୟ ପରିଚୟ ପାଇଛନ୍ତି ଚାଷୀ

By

Published : Feb 3, 2021, 4:56 PM IST

ବାଲେଶ୍ବର: ସ୍ବାବଲମ୍ବୀ କରିଛି ପାମୋଲିନ । ୪ ଏକର ଜମିରେ ପାମୋଲିନ ଚାଷ କରି ବେଶ ଲାଭବାନ ହୋଇଛନ୍ତି ବାଲେଶ୍ଵରର ପ୍ରଶାନ୍ତ ନାୟକ । ୮୦ ଦଶକରେ ବାଣିଜ୍ୟ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରି ଚାକିରୀ ପଛରେ ଗୋଡାଇ ନଥିଲେ । ବରଂ ନିଜେ କେମିତି ସ୍ବାବଲମ୍ବୀ ହେବେ ସେହି ଆଡକୁ ମନ ବଳାଇ ଆଜି ସେ ପାଇଛନ୍ତି ଅନନ୍ୟ ପରିଚୟ । ପାଠ ପଢା ସରିବା ପରେ ସେ ନିଜ ଗାଁ ଦଇପୁରରେ ସରକାର ଯୋଗାଇ ଦେଇଥିବା ପାମ ଗଛ ଆଣି ରୋପଣ କରିଥିଲେ । ଏବେ ପ୍ରାୟ ୨ ଶହରୁ ଅଧିକ ପାମ ଗଛ ଲାଗିଛି ପ୍ରଶାନ୍ତଙ୍କ ବାଡିରେ । ଆଉ ତାଙ୍କ ଠାରୁ ବିଭିନ୍ନ କମ୍ପାନୀମାନେ ନେଉଛନ୍ତି ପାମ ମଞ୍ଜି । ବର୍ଷକୁ ଗୋଟିଏ ଗଛରୁ ତିନିଥର ଫଳ ବାହାରୁଛି। ଆଉ କୁଇଣ୍ଟାଲ ପିଛା ୮ଶହରୁ ୯ ଶହ ଟଙ୍କାରେ କମ୍ପାନୀକୁ ବିକ୍ରି କରି ମାସିକ ଭଲ ରୋଜଗାର କରିପାରୁଛନ୍ତି ପ୍ରଶାନ୍ତ ।

ପାମୋଲିନ ଚାଷ କରି ପ୍ରଶଂସିତ ପ୍ରଶାନ୍ତ
ମାତ୍ର ୪ ବର୍ଷ ଭିତରେ ପାମ ଗଛରେ ଫଳ ଫଳାଇଥିବା ପ୍ରଶାନ୍ତ ଏବେ ନିଜ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବା ସହ ନିଜେ ଭଲ ଦି ପଇସା ରୋଜଗାର କରିପାରିଛନ୍ତି । ପାମୋଲିନ ସହ ବାଡିରେ ସେ ଧାନ ଚାଷ, ପରିବା ଚାଷ, ମାଛ ଚାଷ ମଧ୍ୟ କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ପ୍ରେରଣା ଯୋଗାଇଛି । ଆଜିର ସମାଜରେ ଚାକିରୀ ପଛରେ ଦୌଡ଼ି ନୟାନ୍ତ ହେଉଥିବା ଯୁବପିଢିଙ୍କ ପାଇଁ ପ୍ରଶାନ୍ତ ନିଶ୍ଚୟ ପ୍ରେରଣା ସାଜିବେ ଏଥିରେ ସନ୍ଦେହ ନାହିଁ ।ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details