ବାଲେଶ୍ଵର: ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଶୁଳ ଗ୍ରାମରେ । ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ରାଇବାଣିଆ ଥାନା କାଳୀକ ଗ୍ରାମର ବିଶ୍ବମ୍ବର ବେହେରା । ନିଜ ସ୍ତ୍ରୀ ସହ ଯୁବକର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଅଭିଯୁକ୍ତ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି ।
ପରକିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା - ବାଲେଶ୍ବର ଖବର
ପରକିୟା ପ୍ରୀତି ସନ୍ଦେହରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ପରକିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା extra-marital-affairs-doubt-accused-killed-a-man-after-surrender-in-raibania-ps](https://etvbharatimages.akamaized.net/etvbharat/prod-images/768-512-6035439-thumbnail-3x2-killed.jpg)
ପରକିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ହତ୍ୟା
ପରକିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ହତ୍ୟା
ମୃତକ ହେଲେ ରାଇବଣିଆ ଥାନା ମାଙ୍କିଡ଼ିଆ ଅଞ୍ଚଳର ପ୍ରଶାନ୍ତ ଦାସ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବାବେଳ ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ