ବାଲେଶ୍ଵର: ଆଜି ପୌରାଞ୍ଚଳରେ ପଡୁଛି ଭୋଟ । ସକାଳୁ କଡା ସୁରକ୍ଷା ମଧ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବାଲେଶ୍ଵରରେ ମତଦାନ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି । ବାଲେଶ୍ଵର ପୌର ପରିଷଦର 8 ନଂ ୱାର୍ଡର 26 ନଂ ବୁଥରେ ଇଭିଏମ୍ ଅଚଳ ହୋଇଯାଇଥିବାର ଦେଖିବାକୁ ମିଳିଛି । ଯେଉଁ କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଛି । ଏନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
Municipal Election: ମତଦାନ ଆରମ୍ଭରୁ ଅଚଳ ହେଲା ଇଭିଏମ - ମତଦାନ ଆରମ୍ଭରୁ ଇଭିଏମ ଅଚଳ
ବାଲେଶ୍ଵରରେ ମତଦାନ ଆରମ୍ଭରୁ ବିଭ୍ରାଟ । ମତଦାନ ଚାଲୁଥିବା ବେଳେ ଇଭିଏମ୍ ଅଚଳ । ଅଧିକ ପଢନ୍ତୁ
Municipal Election: ମତଦାନ ଆରମ୍ଭରୁ ଅଚଳ ହେଲା ଇଭିଏମ
ପୌର ନିର୍ବାଚନ ଲାଗି ଆଜି ସକାଳ ୮ଟାରୁ ମତଦାନ ଚାଲିଛି । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ନିଜ ପସନ୍ଦର ପ୍ରତିନିଧିଙ୍କୁ ବାଛିବେ । ଏଥିର ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ