ଓଡିଶା

odisha

ETV Bharat / city

ଦିବ୍ୟାଙ୍ଗ ବାପର ସଂଘର୍ଷର କାହାଣୀ, ସାଇକେଲରେ ଝିଅକୁ ନେଉଛନ୍ତି ସ୍କୁଲ - ବାଲେଶ୍ବର ଖବର

ଦେହରେ ବଳ ଥିବା ଯାଏ ପରିଶ୍ରମ କରନ୍ତି ପିଲାର ସ୍ବପ୍ନ ସତ କରିବାକୁ । ବାପାଙ୍କ ତ୍ୟାଗ କେବେ ସରେନାହିଁ । ସେହିପରି ଜଣେ ବାପା ହେଉଛନ୍ତି ବାଲେଶ୍ବର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ। ଶାରୀରିକ ଭିନ୍ନକ୍ଷମ ସତ୍ତ୍ବେ ପ୍ରତିଦିନ ନିଜ ଝିଅକୁ ଟ୍ରାଇ ସାଇକେଲରେ ବସାଇ ସ୍କୁଲ ଛାଡିବାକୁ ଯାଆନ୍ତି ଗଜେନ୍ଦ୍ର । ପଢନ୍ତୁ ଗଜେନ୍ଦ୍ରଙ୍କ କାହାଣୀ । ଅଧିକ ପଢନ୍ତୁ

divyang father in balasore carries his daughter to school on his worn out tricycle
ଜଣେ ଦିବ୍ୟାଙ୍ଗ ବାପର ତ୍ୟାଗ ଓ ସଂଘର୍ଷର କାହାଣୀ

By

Published : Jun 28, 2022, 12:50 PM IST

ବାଲେଶ୍ବର: ବାପା ଜୀବନର ଆଦର୍ଶ ଶ୍ରେଷ୍ଠ ହିରୋ । ସନ୍ତାନ ମୁହଁରେ ହସ ଫଟାଇବାକୁ ଝଡ ଝଞ୍ଜା ଦୁଃଖ କଷ୍ଟ ସହିବାକୁ ସବୁବେଳେ ପ୍ରସ୍ତୁତ ଥିବା ମଣିଷଟି ହେଲେ ବାପା । ସାରା ଜୀବନ ସଂଘର୍ଷ କରି ପିଲାଙ୍କ ଭବିଷ୍ୟତ ଗଢିଥାନ୍ତି ସବୁ ବିପଦରେ ସାହା ହୋଇଥାନ୍ତି ବାପା । ଦେହରେ ବଳ ଥିବା ଯାଏ ପରିଶ୍ରମ କରନ୍ତି ପିଲାର ସ୍ବପ୍ନ ସତ କରିବାକୁ ।

ଦିବ୍ୟାଙ୍ଗ ବାପର ତ୍ୟାଗ ଓ ସଂଘର୍ଷର କାହାଣୀ

ବାପାଙ୍କ ତ୍ୟାଗ କେବେ ସରେନାହିଁ । ସେହିପରି ଜଣେ ବାପା ହେଉଛନ୍ତି ବାଲେଶ୍ବର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ପ୍ରଧାନ । ଶାରୀରିକ ଭିନ୍ନକ୍ଷମ ସତ୍ତ୍ବେ ପ୍ରତିଦିନ ନିଜ ଝିଅକୁ ଟ୍ରାଇ ସାଇକେଲରେ ବସାଇ ସ୍କୁଲ ଛାଡିବାକୁ ଯାଆନ୍ତି ଗଜେନ୍ଦ୍ର । ପଢନ୍ତୁ ଗଜେନ୍ଦ୍ରଙ୍କ କାହାଣୀ । ଗଜେନ୍ଦ୍ର ଜଣେ ଡିଲର । ମାସିକ ମାତ୍ର 5 ହଜାର ଟଙ୍କା ରୋଜଗାର କରିଥାନ୍ତି । ପରିବାର କହିଲେ 3 ଝିଅ ଓ ସ୍ତ୍ରୀ । ଝିଅକୁ ବଡ ମଣିଷ କରିବା ପାଇଁ ଗଜେନ୍ଦ୍ର ବଡ ସ୍ବପ୍ନ ଦେଖିଛନ୍ତି ।

ସେଇଥିପାଇଁ ଗଜେନ୍ଦ୍ର ଭିନ୍ନକ୍ଷମ ହୋଇଥିଲେ ବି ପ୍ରତିଦିନ ଝିଅକୁ ପାତ୍ରପଡ଼ାରୁ ନେଇ ବାଲେଶ୍ବର ସହର ଏଡିଏମ ଛକରେ ଥିବା ଏକ ଘରୋଇ ସ୍କୁଲକୁ ଟ୍ରାଇ ସାଇକେଲ ଜରିଆରେ ଛାଡିଥାନ୍ତି । ପ୍ରତିଦିନ ସ୍କୁଲ ଆରମ୍ଭ ଓ ଶେଷ ବେଳେ ଗଜେନ୍ଦ୍ର ନିଜର ଝିଅ ନୀଳାଦ୍ରି ତନୟାଙ୍କୁ ଘରୁ ସ୍କୁଲକୁ ଆଣନ୍ତି ଓ ଛୁଟି ପରେ ପୁଣି ଟ୍ରାଇ ସାଇକେଲରେ ନେଇ ଘରକୁ ଯାଇଥାନ୍ତି । ଟ୍ରାଇ ସାଇକେଲ ପଛପଟେ ଥିବା ଏକ ଲୁହା ରଡ଼ ଉପରେ ନୀଳାଦ୍ରି ଠିଆ ହେବାପରେ ହାତରେ ସାଇକେଲ ଚଳାଇ ଗଜେନ୍ଦ୍ର ବାହାରି ଯାଆନ୍ତି ଗନ୍ତବ୍ୟ ସ୍ଥଳକୁ ।

ସ୍କୁଲ ଯିବା ପାଇଁ ଝିଅର ଟିକେ ବି ଚିନ୍ତା ନାହିଁ କାରଣ ବାପା ସାଙ୍ଗରେ ଅଛନ୍ତି । ପରିବାର ପୋଷିବା ପାଇଁ ଗଜେନ୍ଦ୍ର କେବଳ ଯେ ରୋଜଗାର କରୁଛନ୍ତି ତାହା ନୁହେଁ ବରଂ ସ୍ତ୍ରୀ ମଧ୍ୟ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି । ତିନି ଝିଅଙ୍କୁ ନେଇ ଦୁଃଖକଷ୍ଟରେ ପରିବାର ଚଳୁଥିବା ବେଳେ ମଝିଆ ଝିଅକୁ ସ୍କୁଲ ନେବା ଆଣିବା ପାଇଁ ଅଟୋ ଭଡ଼ା ଦେବାପାଇଁ ଗଜେନ୍ଦ୍ର ଅସମର୍ଥ ।

ଏଥିପାଇଁ ନିଜର ଟ୍ରାଇ ସାଇକେଲ ଜରିଆରେ ଝିଅକୁ ସ୍କୁଲ ନେବା ଆଣିବା କରୁଛନ୍ତି । ଗଜେନ୍ଦ୍ର ଝିଅକୁ ନେବାଆଣିବା ପାଇଁ ଯଦି କୌଣସି ବେସରକାରୀ ଅନୁଷ୍ଠାନ ତାଙ୍କୁ ଏକ ବ୍ୟାଟେରୀ ଚାଳିତ ରିକ୍ସା ପ୍ରଦାନ କରନ୍ତି ତେବେ ବାପା ଝିଅ ଉଭୟ ସୁରୁଖୁରୁରେ ଯିବା ଆସିବା କରି ପାରନ୍ତେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details