ବାଲେଶ୍ବର :ଦିନ ଦ୍ବିପହରରେ ବ୍ୟାଙ୍କ ଡକାୟତି । ତାପୁଣି ଫିଲ୍ମ ଷ୍ଟାଇଲରେ । ମୁଖା ପିନ୍ଧି ବାଇକରେ ଆସିଲେ 8ଜଣ ଡକାୟତ । ବ୍ୟାଙ୍କରେ ପଶି ବ୍ୟଙ୍କ କର୍ମଚାରୀ ଏବଂ ଗ୍ରାହକଙ୍କ ବେକରେ ଭୁଜାଲି ଲଗାଇ ଭୟଭୀତ କରାଇଲେ । ବ୍ୟାଙ୍କର ସିସିଟିଭି କନେକସନ୍ କାଟିଲେ । ଏହାପରେ ଟଙ୍କା ଲୁଟ କରି ଛୁ ମାରିଲେ । ଗଲାବେଳକୁ ବ୍ୟାଙ୍କ ବାହାର ପଟୁ ତଲା ପକେଇ ଦେଲେ । ଏଭଳି ଘଟଣା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ । ହେଲେ ଏଭଳି ଏକ ଚର୍ଚ୍ଚିତ ବ୍ୟାଙ୍କ ଡକାୟତିର ଲାଇଭ ଦେଖିଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବରୁଣଗଡିଆରେ ବ୍ୟାଙ୍କରେ ଉପସ୍ଥିତ ଥିବା ଗ୍ରାହକ ।
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବରୁଣଗଡିଆରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରୁ ଆଜି ସଶସ୍ତ୍ର ଡକାୟତି ହୋଇଛି । ଆଜି ସକାଳେ ବ୍ୟାଙ୍କ ଖୋଲିବା ପରେ ଧିରେ ଧିରେ ଗ୍ରାହକଙ୍କ ଭିଡ ଜମିଥିଲା । ଏହି ସମୟରେ ବାଇକରେ 8 ଜଣ ବ୍ୟକ୍ତି ମୁଖା ପିନ୍ଧା ଦୁବୃର୍ତ୍ତ ଆସି ବ୍ୟାଙ୍କରେ ଭିତରେ ପଶି ଥିଲେ । କେହି କିଛି ବୁଝିବା ଆଗରୁ ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଭୁଜାଲି ଲଗାଇ ଭୟଭୀତ କରାଇଥିଲେ । ଦେଖୁ ଦେଖୁ ବ୍ୟାଙ୍କର ସିସିଟିଭି କନେକସନ କାଟିଦେଲେ ଦୁବୃର୍ତ୍ତ । ଏହାପରେ ବ୍ୟାଙ୍କର କ୍ୟାସିୟରଙ୍କୁ ଭୁଜାଲିରେ ଆକ୍ରମଣ କରି ଲକରରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ । ଲୁଟ କରିବା ପରେ ଗ୍ରାହକ ଏବଂ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବାହାର ପଟୁ ତାଲା ପକାଇ ଚମ୍ପଟ ମାରିଥିଲେ ।