ଓଡିଶା

odisha

ETV Bharat / city

ସୌମ୍ୟରଞ୍ଜନଙ୍କ ପରିବାରର ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଟିମ୍ ସୌମ୍ୟରଞ୍ଜନଙ୍କ ବାସ ଭବନରେ ପହଞ୍ଚିବା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି । ଅଧିକ ପଢ଼ନ୍ତୁ...

ସୌମ୍ୟରଞ୍ଜନଙ୍କ ପରିବାରର ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ
ସୌମ୍ୟରଞ୍ଜନଙ୍କ ପରିବାରର ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

By

Published : Sep 1, 2021, 10:44 PM IST

ବାଲେଶ୍ବର:ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୫୦ଦିନ ବିତି ଯାଇଥିଲେ ମଧ୍ଯ ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ଉଠି ପାରିନି । ଏହି ମାମଲାର କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଟିମ୍ ସୌମ୍ୟରଞ୍ଜନଙ୍କ ବାସ ଭବନରେ ପହଞ୍ଚିବା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ।

ସୌମ୍ୟରଞ୍ଜନଙ୍କ ପରିବାରର ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

୪ଦିନ ପୂର୍ବରୁ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ୭ଦିନ ମଧ୍ୟରେ ତଦନ୍ତକାରୀ ଟିମ୍ ଡିଏଫଓ, ବିଦ୍ୟାଭାରତୀ ଏବଂ ରୋଷେୟାଙ୍କୁ ଗିରଫ ନକଲେ ନବୀନନିବାସ ସମ୍ମୁଖରେ ତାଙ୍କ ସମେତ ପତ୍ନୀ ତୁଳସୀ ମହାପାତ୍ର ଆତ୍ମାହୁତି ଦେବେ ବୋଲି ଧମକ ଦେଇଥିଲେ । ଏହାକୁ ନେଇ ସୌମ୍ଯଙ୍କ ବାପା ଓ ମାମୁଁ ସିଥିକଣ୍ଠ ପଣ୍ଡା ଭୁବନେଶ୍ୱର ଯାଇ ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଥିଲେ ।

ତା ସହିତ ବିଜେପି ଓ କଂଗ୍ରେସ ନେତାଙ୍କୁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ନିବେଦନ କରିଥିଲେ। ତେବେ କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ଟିମ୍ ପ୍ରଥମେ ଖଇରା ଥାନାରେ ପହଞ୍ଚିଥିଲେ । ପରେ ଖଇରା ଥାନା କର୍ମଚାରୀଙ୍କ ସମେତ କ୍ରାଇମବ୍ରାଞ୍ଚ ଟିମ୍ ଖଇରା ଥାନା ବେଗୁନିଆ ସ୍ଥିତ ସୌମ୍ଯରଞ୍ଜନଙ୍କ ବାସଭବନରେ ପହଞ୍ଚି ପରିବାର ଏବଂ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଥିଲେ। ଦୀର୍ଘ 4 ଘଣ୍ଟା ଯାଏଁ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details