ବାଲେଶ୍ବର: ଜିଲ୍ଲାର ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ପ୍ରଦାନ କରିବା ପ୍ରସଙ୍ଗ । ଏହି ଅଭିଯୋଗରେ 4 ଜଣ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ ଡ୍ରାଇଭରକୁ ଗିରଫ କରାଯାଇଛି । ତଦନ୍ତଭାର ନେବା ପରେ କ୍ରାଇମବ୍ରାଞ୍ଚ ଟିମ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ: ITR ଗୁପ୍ତତଥ୍ୟ ଲିକ୍ ମାମଲା; 5ମ ଅଭିଯୁକ୍ତ ଗିରଫ, ଅଧିକ ତଦନ୍ତ ପାଇଁ ପହଞ୍ଚିଲା NIA ଟିମ୍
ତଦନ୍ତର ଭାର ନେଇଥିବା କ୍ରାଇମବ୍ରାଞ୍ଚ ଟିମ 16 ତାରିଖ ପାଖରୁ ବାଲେଶ୍ଵରରେ ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବେ କି ନାହିଁ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିନାହିଁ । ଏହି ଘଟଣାରେ ଗୁରୁବାର ଚାନ୍ଦିପୁର ପୋଲିସ ପ୍ରତିରକ୍ଷା ବିଭାଗର ଜଣେ ସ୍ଥାୟୀ ଡ୍ରାଇଭରଙ୍କୁ ଗିରଫ କରିଥିଲା । ଉକ୍ତ ଡ୍ରାଇଭରଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି ।