ଓଡିଶା

odisha

ବାଲେଶ୍ଵରରେ 3 ଲକ୍ଷ ଲୋକଙ୍କୁ ଦିଆଯାଇଛି ଟୀକା

By

Published : May 7, 2021, 5:02 PM IST

ବାଲେଶ୍ଵର ଜିଲ୍ଲାରେ 3 ଲକ୍ଷ ଲୋକଙ୍କୁ ଦିଆଯାଇଛି ଟୀକା । ଟୀକା ଦାନରେ ଦ୍ଵିତୀୟ ସ୍ଥାନରେ ବାଲେଶ୍ବର ଜିଲ୍ଲା । ଏନେଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

covid19 vaccination in balasore
ବାଲେଶ୍ଵରରେ 3 ଲକ୍ଷ ଲୋକଙ୍କୁ ଦିଆଯାଇଛି ଟୀକା

ବାଲେଶ୍ଵର:ଜିଲ୍ଲାରେ 3 ଲକ୍ଷ ଲୋକଙ୍କୁ ଦିଆଯାଇଛି ଟୀକା । ବାଲେଶ୍ବର ଜିଲ୍ଲା ରାଜ୍ୟରେ ଟୀକା ଦାନରେ ଦ୍ଵିତୀୟ ସ୍ଥାନରେ ରହିଛି। ଏନେଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ବାଲେଶ୍ଵରରେ 3 ଲକ୍ଷ ଲୋକଙ୍କୁ ଦିଆଯାଇଛି ଟୀକା

କୋଭିଡର ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବେଶ ସଚେତନ ରହିଛି। ଦୁଇଟି କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ଥିବା ସହ ବେଡ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସିଡିଏମଓ କହିଛନ୍ତି। ଏହା ସହ ବାଲେଶ୍ଵର ଜିଲ୍ଲା ମୁଖ୍ୟାଳୟରେ ଥିବା କୋଭିଡ ହସ୍ପିଟାଲରେ 100 ଟି ବେଡ ରହିଥିବା ବେଳେ ସେଥିମଧ୍ୟରୁ 30 ଟିରେ ଆଇସିୟୁ ସୁବିଧା ରହିଛି । ସେହିଭଳି ଜ୍ୟୋତି ହସ୍ପିଟାଲରେ 90 ଟି ଅକ୍ସିଜେନ ବେଡ ପ୍ରସ୍ତୁତ ରହିଥିବା ବେଳେ 15 ଟି ଆଇସିୟୁ ପ୍ରସ୍ତୁତ ରହିଛି। 3 ଟି କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ରହିଛି।

ବର୍ତ୍ତମାନ ଦ୍ବିତୀୟ ଲହରରେ ପ୍ରତି ବ୍ଲକରେ ସିସିସି ପ୍ରସ୍ତୁତ କରାଯାଇଛି। ଆଶା ଓ ସ୍ବାସ୍ଥ୍ୟ କର୍ମୀ ମାନେ ଗୁରୁତର ସହ ସର୍ଭେ କରୁଛନ୍ତି। ବାଲେଶ୍ଵରରେ ଅକ୍ସିଜେନର ପରିମାଣ ପ୍ରଚୁର ରହିଥିବା ବେଳେ ବୁର୍ଲା ହସ୍ପିଟାଲକୁ ବଡ଼ ଜୁମ୍ବୋ 100 ଟି ସିଲିଣ୍ଡର ଦାନ କରାଯାଇଛି । ସେହିଭଳି ଔଷଧ ମଧ୍ୟ ମହଜୁଦ ରହିଛି ବୋଲି ସିଡିଏମଓ ସୂଚନା ଦେଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details