ବାଲେଶ୍ବର:ଦେଶର ପ୍ରଥମ କରି ବାଲେଶ୍ବର ବାହାବଳପୁର ଠାରେ ଗଭୀର ସମୁଦ୍ର ଭିତରେ ମାଛ ଚାଷ (ମେରାଇନ କେଜ୍ କଲଚର)ର ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ଜାତୀୟ ମତ୍ସ୍ୟସମ୍ପଦ ଉନ୍ନୟନ ବୋର୍ଡ ଦ୍ବାରା ଶତ ପ୍ରତିଶତ ଆର୍ଥିକ ସହାୟତାରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଛି । ବାହାବଳପୁର ମାଛ ଉତ୍ପାଦନ କେନ୍ଦ୍ରଠାରୁ ପ୍ରାୟ ୨୦ କିଲୋମିଟର ଭିତରେ ଏହି ପ୍ରକଳ୍ପ କରାଯାଇଛି ।