ବାଲେଶ୍ବର:ଜିଲ୍ଲାର ଜଳେଶ୍ବରଠାରେ ଥିବା ଗ୍ରୀନ-ରେ ଚିଟଫଣ୍ଡ ସ୍କାମ ପ୍ରସଙ୍ଗ । ଜଳେଶ୍ବରରେ ପହଞ୍ଚିଲା ଛତିଶଗଡ଼ର 4 ଜଣିଆ ତଦନ୍ତକାରୀ ଟିମ । ସେମାନେ ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ପରିଚାଳନା ଦାୟିତ୍ବରେ ଥିବା ଜଳେଶ୍ବରର 4 ଜଣଙ୍କୁ ଖୋଜୁଛି ଏହି ଟିମ । ଫେରାର ଥିବା ମୁଖ୍ୟ ପରିଚାଳକ ଖାଲିକ ସାହା ଓ ମିର ତୈରୁଦ୍ଦିନ ସହ ଅନ୍ୟ ୨ ସହଯୋଗୀଙ୍କୁ ଖୋଜୁଛି ଏହି ଟିମ । ପୂର୍ବରୁ ମୁଖ୍ୟ ପରିଚାଳକଙ୍କ ୨ ଭାଇ ମିର ଜମିର ଓ ମିର ସୈମତକୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ CBI ।