ବାଲେଶ୍ବର: ଚାନ୍ଦିପୁର ଆଇଟିଆରର ତଥ୍ୟ ପ୍ରଘଟ ଅଭିଯୋଗରେ ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ଉପରୁ ହଟିଲା ତିନୋଟି ଦଫା । ଦେଶର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ନାଁରେ ଲାଗିଥିବା ଅଫିସିଆଲ ସିକ୍ରେଟ ଆକ୍ଟ ବା ଦେଶଦ୍ରୋହ ଦଫା ୩, ୪ ଓ ୫କୁ ଅତିରିକ୍ତ ଜିଲ୍ଲା ଜଜ- ୩ ବିଚାର କରି ହଟାଇ ଦେଇଛନ୍ତି ।
ତେବେ ସେମାନଙ୍କ ଉପରେ ଅନ୍ୟ ଦଫା ବଳବତ୍ତର ରହିଛି। ଚାନ୍ଦିପୁର ଆଇଟିଆର ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ୪ ଜଣ ଏବଂ ୧୫ ତାରିଖରେ ଜଣଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଞ୍ଜନ ନାୟକ, ଶେଖ୍ ମୂଶାଫିର, ସଚିନ କୁମାର ।