ଓଡିଶା

odisha

ETV Bharat / city

ପୋଖରୀ ନିଲାମ ଅନିୟମିତତା ଅଭିଯୋଗରେ ସରପଞ୍ଚ ନିଲମ୍ବିତ - ସରପଞ୍ଚ ନିଲମ୍ବିତ

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ସରପଞ୍ଚ ସସ୍ମିତା ଦାସଙ୍କୁ ସରକାରୀ ସ୍ତରରେ ପଦବୀରୁ ହଟାଇ ଦିଆଯାଇଛି । ଅଧିକ ପଢନ୍ତୁ...

ପୋଖରୀ ନିଲାମ ଅନିୟମିତତା ଅଭିଯୋଗରେ ସରପଞ୍ଚ ନିଲମ୍ବିତ
ପୋଖରୀ ନିଲାମ ଅନିୟମିତତା ଅଭିଯୋଗରେ ସରପଞ୍ଚ ନିଲମ୍ବିତ

By

Published : Aug 21, 2020, 9:06 PM IST

ବାଲେଶ୍ବର: ପୋଖରୀ ନିଲାମରେ ଅନିୟମିତତା ଅଭିଯୋଗରେ ଜଣେ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ଏନେଇ ଜିଲ୍ଲା ପଞ୍ଚାୟତ ଅଫିସରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।


ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ସରପଞ୍ଚ ସସ୍ମିତା ଦାସଙ୍କୁ ସରକାରୀ ସ୍ତରରେ ପଦବୀରୁ ହଟାଇ ଦିଆଯାଇଛି । ଗତ ଡିସେମ୍ବର ମାସରେ ଏକ ଜନଶୁଣାଣୀ ଶିବିରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ପୋଖରୀ ନିଲାମର ଅନିୟମିତତା ଅଭିଯୋଗ ଆଣିଥିଲେ।

ପୋଖରୀ ନିଲାମର ବକେୟା ଟଙ୍କା ଆଦାୟ ନକରି ପୁଣିଥରେ ନିଲାମଧାରୀଙ୍କୁ ନିଲାମ ଦେଇଥିଲେ। ଏହାକୁ ନେଇ ଅଭିଯୋଗ ପରେ ଜିଲ୍ଲା ସ୍ତରର ଅଧିକାରୀମାନେ ତଦନ୍ତ କରିବା ପରେ ଶୁକ୍ରବାର ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details