ଓଡିଶା

odisha

କୋଭିଡ ସଙ୍କଟ ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରଚାରକୁ ବିଜେପିର ନିନ୍ଦା

By

Published : Oct 18, 2020, 7:30 PM IST

ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ କୋଭିଡ ସଙ୍କଟ ସମୟରେ ନିର୍ବାଚନୀ ପ୍ରଚାର କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି ବିଜେପି । ଅଧିକ ପଢନ୍ତୁ...

Breaking News

ବାଲେଶ୍ବର: ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ଭୋଟ ହାତେଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ପ୍ରମୁଖ ଦଳ । ତେବେ ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ବହୁ ରାଜ୍ୟ ସ୍ତରୀୟ ନେତା ବାଲେଶ୍ବରରେ ଡେରା ପକାଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି।

କୋଭିଡ ସଙ୍କଟ ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରଚାରକୁ ବିଜେପିର ନିନ୍ଦା

ବିଜେପିର ଅଭିଯୋଗ ଅନୁଯାୟୀ, ଜିଲ୍ଲାର ରୁଗଣ୍ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ମନ୍ତ୍ରୀ ସଚେତନ ଅଛନ୍ତି ତ ? ମହାମାରୀ କୋଭିଡ଼ ପ୍ରତିକାର ଦିଗରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସମୟରେ ନିଜ ସାମ୍ବିଧାନିକ ଦାୟିତ୍ବକୁ ଅବହେଳା କରି ବାଲେଶ୍ବରରେ ଡେରା ପକାଇବା କେତେ ଦୂର ସମୀଚିନ ବୋଲି ବିଜେପି ପ୍ରଶ୍ନ କରିଛି ।

କୋରୋନା ଭଳି ଜାତୀୟ ସଂକଟ ସମୟରେ ମାସ୍କ, ପିପିଇ କିଟ ଏବଂ ନେବୁଲାଇଜର୍ ଖରିଦ କାରବାରରେ ହୋଇଥିବା ଦୁର୍ନୀତି ଆଜି ଲୋକାୟୁକ୍ତଙ୍କ କାଠଗଡାରେ। ଏମିତି ପରିସ୍ଥିତି ଭିତରେ ମନ୍ତ୍ରୀ ପ୍ରଚାରକୁ କେମିତି ପ୍ରାଧାନ୍ୟ ଦେଉଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି।

ବାଲେଶ୍ବରରେ 7 ଜଣ ପୁରୁଷ ଓ ଜଣେ ମହିଳା ପ୍ରାର୍ଥୀଙ୍କୁ ମିଶାଇ ମୋଟ 8 ଜଣ ରିଟର୍ଣ୍ଣିଙ୍କ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ଜଣେ, କଂଗ୍ରେସର ଜଣେ, ବିଜେଡିର ଜଣେ ଏବଂ 5 ଜଣ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଲେଶ୍ବର ସଦର ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ସ୍ବରୂପ ଦାସ ନିର୍ବାଚନ ଲଢୁଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details