ଓଡିଶା

odisha

ETV Bharat / city

ବିଜେପିର ସିଏଏ ସପକ୍ଷରେ ରାଲି, ହନ୍ତସନ୍ତ ହେଲେ ସାଧାରଣ ଲୋକ - bjp rally for support of caa in balasore

ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଶୋଭାଯାତ୍ରା । ବାଲେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଆଇନର ସପକ୍ଷରେ ଏହି ଶୋଭାଯାତ୍ରା କରାଯାଇଛି । ସହରର ମିଶନ ପଡିଆରୁ ଏହି ଶୋଭାଯାତ୍ରା ବାହାରିଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ବହୁ ବିଜେପି ନେତା ଯୋଗଦେଇଛନ୍ତି।

bjp rally for support of caa
ବିଜେପିର ସିଏଏ ସପକ୍ଷରେ ରାଲି, ହନ୍ତସନ୍ତ ହେଲେ ସାଧାରଣ ଲୋକ

By

Published : Feb 17, 2020, 2:49 PM IST

ବାଲେଶ୍ଵର: ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଶୋଭାଯାତ୍ରା । ବାଲେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଆଇନର ସପକ୍ଷରେ ଏହି ଶୋଭାଯାତ୍ରା କରାଯାଇଛି । ସହରର ମିଶନ ପଡିଆରୁ ଏହି ଶୋଭାଯାତ୍ରା ବାହାରିଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ବହୁ ବିଜେପି ନେତା ଯୋଗଦେଇଛନ୍ତି।

ବିଜେପିର ସିଏଏ ସପକ୍ଷରେ ରାଲି, ହନ୍ତସନ୍ତ ହେଲେ ସାଧାରଣ ଲୋକ

ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଗୋପାଳଗାଁ ପ୍ରଜ୍ଞାଭାରତୀ ପଡିଆରେ ସିଏଏକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି।

ସେପଟେ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ କର୍ମୀ ଯୋଗ ଦେଇଥିବାରୁ ସହରର ବିଭିନ୍ନ ରାସ୍ତାଘାଟ ଦୀର୍ଘ ସମୟ ଜାମ ରହିଥିଲା। ଫାଣ୍ଡି ଛକରୁ ମୋତିଗଞ୍ଜ ରାସ୍ତା ସହ ଓଟି ରୋଡ ଦୀର୍ଘ ସମୟ ଜାମ ଯୋଗୁଁ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଥଲା। ଭିଡ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ପୋଲିସକୁ ନାକେଦମ ହେବାକୁ ପଡିଥିବା ଦେଖିବାକୁ ମିଳିଛି। ଏପରିକି ପିଲାଙ୍କୁ ସ୍କୁଲରୁ ଆଣିବାପାଇଁ ମଧ୍ୟ ଅଭିଭାବକମାନେ ହଇରାଣ ହୋଇଥିଲେ। ମେଡିକାଲ ରାସ୍ତାରେ ଜାମ କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details