ବାଲେଶ୍ବର: ପଦାରେ ପଡିଲା ସହଦେଵଖୁଣ୍ଟା ପୋଲିସର ନିଷ୍କ୍ରିୟତା । କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଘଟଣାକୁ ୧୨ ଦିନ ପୂରିଥିଲେ ସୁଦ୍ଧା ଏ ଯାଏଁ ମିଳି ପାରିନି ନ୍ୟାୟ । ଏଭଳି ଘଟଣାରେ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସହଦେବ ଥାନା ଅନ୍ତର୍ଗତ ଫୁଲାଡି ପୋଲ ନିକଟରେ । ଏନେଇ ବାଲେଶ୍ବର ଜିଲ୍ଲା ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ ନ୍ୟାୟ ଦାବିରେ ଥାନା ଘେରାଉ କରିଛି ।
ସୁରକ୍ଷାକର୍ମୀଙ୍କୁ ନ୍ୟାୟ ଦାବିରେ ଥାନା ଘେରାଉ କଲା ବିଜେପି - Sahadevkhunta Police
ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମିଳୁନି ନ୍ୟାୟ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ନେବା ଅଭିଯୋଗରେ ସହଦେଵଖୁଣ୍ଟା ଥାନା ଘେରାଉ କରିଛି ବିଜେପି । ଅଧିକ ପଢନ୍ତୁ...
ସୁରକ୍ଷା କର୍ମୀଙ୍କୁ ନ୍ୟାୟ ଦାବିରେ ଥାନା ଘେରାଉ କଲା ବିଜେପି
ସୂଚନାନୁସାରେ ସେପ୍ଟମ୍ବର ୨୫ ତାରିଖରେ ଫୁଲାଡି ପୋଲ ନିକଟରେ ଜଣେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ସୁଦ୍ଧା ଏହି ଘଟଣାରେ ଏଯାଏଁ ଚୁପ୍ ବସିଛି ପୋଲିସ ପ୍ରଶାସନ । ତେବେ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ବଦଳି ପାଇଁ ଦାବି ହୋଇଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ