ବାଲେଶ୍ବର:ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ହୋଇ ସଦର ବ୍ଲକରେ ଅନେକ କ୍ଷୟକ୍ଷତି ହୋଇଛି । ବିଶେଷ ଭାବେ ଚାଷଜମି ପ୍ରଭାବିତ ହୋଇଛି । ମାତ୍ର ପ୍ରଶାସନ ପକ୍ଷରୁ ହୋଇଥିବା ବନ୍ୟା କ୍ଷୟକ୍ଷତିରେ ସଦର ବ୍ଲକକୁ ବାଦଦେବା ନେଇ ସଦର ବିଜେପି ଉଦବେଗ ପ୍ରକାଶ କରିଛି । ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିବାଦ ଜଣାଇଛନ୍ତି ବିଜେପି ।
ବନ୍ୟା ପରିଚାଳନାର ଅବ୍ୟବସ୍ଥାକୁ ନେଇ ମାନସ କୁମାର ଦତ୍ତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଗତ ମାସ ଶେଷ ସପ୍ତାହରେ ଲଘୁଚାପ ଯୋଗୁଁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ଫଳରେ ବୁଢାବଳଙ୍ଗ, ସୋନ, ଗଙ୍ଗାହାର, ଜଳକା ତଥା ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ଫଳରେ ଧାନ ଚାଷ କ୍ଷତି ହୋଇଥିଲା। ଜଳକା, ବୁଢାବଳଙ୍ଗ ନଦୀର ବନ୍ୟା ସାଙ୍ଗକୁ ସୋନ ନଦୀର ଉପରମୁଣ୍ଡରେ ଥିବା ସୁନେଇ ଓ କାଳଡ୍ୟାମ ପାଣି ଛାଡିବା ଯୋଗୁଁ ଚାଷ ପାଣି ବୁଡିରହିବା ଫଳରେ ରୁଆ କାର୍ଯ୍ୟ ଚାଲିଥିବା ଓ ଅଳ୍ପ ଦିନ ଆଗରୁ ରୁଆ ସରିଥିବା ଧାନ ହଜାର ହଜାର ହେକ୍ଟର ଜମିରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା ।