ଓଡିଶା

odisha

ETV Bharat / city

ବନ୍ୟାରେ ବାଲେଶ୍ୱରର ୪ ବ୍ଲକ ପ୍ରଭାବିତ, ବିପନ୍ନଙ୍କୁ ସହାୟତା ପ୍ରଦାନ - ରାଜ୍ୟରେ ସୁଧୁରୁଛି ବନ୍ୟା ସ୍ଥିତି

ଉତ୍ତର ବାଲେଶ୍ଵରର 4ଟି ବ୍ଲକ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ । ନଦୀର ଜଳସ୍ତର କମିଛି ସତ ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଣ କରାଯାଉଛି । ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ବିଜେଡି ନେତ୍ରୀ । ଅଧିକ ପଢନ୍ତୁ

ବନ୍ୟାରେ ବାଲେଶ୍ବରର ୪ ବ୍ଲକ ପ୍ରଭାବିତ,ବିପନ୍ନଙ୍କ ନିକଟରେ ପହଞ୍ଚିଲେ ବିଜେଡି ନେତ୍ରୀ
ବନ୍ୟାରେ ବାଲେଶ୍ବରର ୪ ବ୍ଲକ ପ୍ରଭାବିତ,ବିପନ୍ନଙ୍କ ନିକଟରେ ପହଞ୍ଚିଲେ ବିଜେଡି ନେତ୍ରୀ

By

Published : Aug 25, 2022, 3:39 PM IST

ବାଲେଶ୍ବର :ରାଜ୍ୟରେ ସୁଧୁରୁଛି ବନ୍ୟା ସ୍ଥିତି । ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା । ଏବେବି ପାଣିଘେରରେ ଏକାଧିକ ଗାଁ । ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଯୋଗୁଁ ଉତ୍ତର ବାଲେଶ୍ଵରର 4ଟି ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ନଦୀର ଜଳସ୍ତର କମିଛି ସତ ହେଲେ ଲୋକଙ୍କ ଯନ୍ତ୍ରଣା କମିନାହିଁ। ଲୋକଙ୍କ ଘରେ ପାଣି ପଶିଥିବା ବେଳେ ପାଣି ଶୁଖିବା ପୂର୍ବରୁ ପୁଣି ଲଗାଣ ବର୍ଷା ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଛି।

ବନ୍ୟାରେ ବାଲେଶ୍ବରର ୪ ବ୍ଲକ ପ୍ରଭାବିତ,ବିପନ୍ନଙ୍କ ନିକଟରେ ପହଞ୍ଚିଲେ ବିଜେଡି ନେତ୍ରୀ

ଏଭଳି ସ୍ଥିତରେ ସରକାରୀ ରିଲିଫ ଯୋଗାଇ ଦିଆଯାଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଉଛି । ବନ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଭାବେ ଦୃଷ୍ଟି ଦେଇଛନ୍ତି । ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦେଇଛନ୍ତି ।

ଏହାବି ପଢନ୍ତୁ:ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ କନ୍ଧମାଳ ସାଂସଦ

ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକରେ ସର୍ବାଧିକ ଲୋକ ବନ୍ୟା ପାଇଁ ପ୍ରଭାବିତ ହୋଇଥିବା ବେଳେ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ଲୋକଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି । ବାଲିଆପାଳ ବ୍ଲକର ଅସ୍ତି, ଜାମକୁଣ୍ଡା, ନିଖିରା, ବିଷ୍ଣୁପୁର, ମଧୁପୁରା ଅଞ୍ଚଳରେ ବନ୍ୟା ବିପନ୍ନଙ୍କୁ ଭେଟି ସହାୟତା ମିଳୁଛି କି ନାହିଁ ପଚାରି ବୁଝୁଛନ୍ତି । ଏହାସହ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି କିପରି ସବୁ ବନ୍ୟା ବିପନ୍ନଙ୍କ ନିକଟରେ ସହାୟତା ପହଞ୍ଚି ପାରିବ ସେ ନେଇ ଆଲୋଚନା ମଧ୍ୟ କରିଛନ୍ତି ।

ଇଟିଭି ଭାରତ,ବାଲେଶ୍ବର

ABOUT THE AUTHOR

...view details